Letter to Municipal Corporation in Odia: In this article you will get ନଗର ନିଗମକୁ ଚିଠି । ସହରରେ ତୁମେ ରହୁଥିବା ବସ୍ତିରେ ନିୟମିତ ଅଳିଆ ସଫା ହେଉ ନଥିବାରୁ ତା’ର ପ୍ରତିକାର ନିମନ୍ତେ ସଂପୃକ୍ତ କର୍ତ୍ତୁପକ୍ଷଙ୍କ ନିକଟକୁ ଏକ ଦରଖାସ୍ତ ଲେଖ ।Letter to nagar nigam in odia
ନଗର ନିଗମକୁ ଚିଠି । Letter to Municipal Corporation in Odia
ମାନନୀୟ ବ୍ରହ୍ମପୁର ପୌର ପରିଷଦର କାର୍ଯ୍ୟନିର୍ବାହୀ ଅଧିକାରୀ ।
ମହୋଦୟ............................ସମୀପେଷ ।
ମହାଶୟ,
ନିବେଦନର ଅଭିପ୍ରାୟ ଏହି କି ଯେ ଆମେ ନିମ୍ନ ସ୍ଵାକ୍ଷରକାରୀଗଣ ଆପଣଙ୍କ ପୌର ପରିଷଦ ଅନ୍ତର୍ଗତ ୭ ନମ୍ବର ୱାର୍ଡର ସ୍ଥାୟୀ ବାସିନ୍ଦା ଅଟୁ । ଆମ୍ଭେମାନେ ମ୍ୟୁନିସ୍ପାଲଟି ଘର ଟିକସ ନିୟମିତ ଦେଇ ଆସୁଛୁ । ଦୁଃଖର ସହିତ ଆମ୍ଭେମାନେ ଜଣାଉଛୁ ଯେ ଏହି ୱାର୍ଡ଼ର ନିୟମିତ ଅଳିଆ ସଫା କରାଯାଉ ନାହିଁ । ସଫେଇ କର୍ମଚାରୀମାନେ ସପ୍ତାହରେ କୃଚିତ ଥରେ ଅଧେ ଆସୁଛନ୍ତି । ଏହା ଫଳରେ ରାସ୍ତାରେ ଅଳିଆ ଜମି ରହୁଛି । ପଲିଥିନ ମୁଣ ଓ ଅଳିଆ କାଗଜ ନାଳରେ ଜମିରହି ପାଣି ଅଟକାଇବାରୁ ନାନା ସମସ୍ୟା ସୃଷ୍ଟି କରୁଛି । ଆବର୍ଜନା ଯୋଗୁ ରାସ୍ତା ଦୁର୍ଗନ୍ଧପୂର୍ଣ୍ଣ ହେବାରୁ ଏଠାରେ ରହିବା ଏବଂ ଚଳାଚଳ କରିବା କଷ୍ଟକର ହୋଇପଡୁଛି । ଅଧୁକ ଦିନ ଏଭଳି ଅସ୍ବାସ୍ଥ୍ୟକର ପରିସ୍ଥିତି ଲାଗି ରହିଲେ ବସ୍ତି ବାସିନ୍ଦାମାନଙ୍କର ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟିହେବ ।
ଏଣୁ ସବିନୟ ଅନୁରୋଧ, ଆମର ଏହି ୭ ନମ୍ବର ୱାର୍ଡର ରାସ୍ତା ଓ ନାଳ ନର୍ଦ୍ଦମାର ନିୟମିତ ସଫେଇ ପାଇଁ ବ୍ୟବସ୍ଥା କରାଗଲେ ଆମେମାନେ ଚିରୋପକୃତ ହେବୁ ।
। ଇତି ।
ଆପଣଙ୍କର ବିଶ୍ୱସ୍ତ
ନରସିଂହ ସୁବୁଦ୍ଧି
ଦେବେନ୍ଦ୍ରନାଥ ସାହୁ
ଅଭିରାମ ପାଢ଼ୀ
ଜଗନ୍ନାଥ ରାଓ
୭ ନମ୍ବର ୱାର୍ଡର ବାସିନ୍ଦାଗଣ