Letter to Friend about Importance of Sports in Odia : In this article you will get କ୍ରୀଡ଼ା କୌତୁକର ଉପାଦେୟତା ସମ୍ପର୍କରେ ବୁଝାଇ ତୁମର ଜଣେ ବନ୍ଧୁଙ୍...
Letter to Friend about Importance of Sports in Odia: In this article you will get କ୍ରୀଡ଼ା କୌତୁକର ଉପାଦେୟତା ସମ୍ପର୍କରେ ବୁଝାଇ ତୁମର ଜଣେ ବନ୍ଧୁଙ୍କ ନିକଟକୁ ପତ୍ର ଲେଖ । Sanga nikataku patra odia
ସାଙ୍ଗ ନିକଟକୁ ପତ୍ର Letter to Friend about Importance of Sports in Odia
ସରସ୍ଵତୀ ବିଦ୍ୟାମନ୍ଦିର, ଘସିପୁର, ମୟୂରଭଞ୍ଜ
ତା..........
ପ୍ରିୟ ବନ୍ଧୁ ରମେଶ,
ମୋର ଶୁଭେଛା ଗ୍ରହଣ କରିବ । ତୁମ ଚିଠି ପାଇ ଖୁସି ହେଲି । ତୁମେ ଆଗାମୀ ବାର୍ଷିକ ପରୀକ୍ଷା ପାଇଁ କଠିନ ପରିଶ୍ରମ କରୁଛି ବୋଲି ଲେଖୁଛି । ଏହା ନିଶ୍ଚୟ ଆନନ୍ଦର କଥା; ମାତ୍ର ତୁମେ ଯେ ଖେଳକୁଦକୁ ଭଲ ପାଅ ନାହିଁ ଏବଂ ଏଥିରେ ଅଯଥା ସମୟ ନଷ୍ଟ କରିବା ଉଚିତ୍ ନୁହେଁ ବୋଲି ଲେଖୁଛି, ତାହା ଠିକ୍ କଥା ନୁହେଁ । ପଢ଼ା ସାଙ୍ଗେ ସାଙ୍ଗେ କିଛି ସମୟ ଖେଳକୁଦ କରିବା ନିହାତି ଦରକାର ଅଟେ । କାରଣ ତୁମେ ଜାଣିଛି, ଯେଉଁମାନେ ପ୍ରଚୁର ମାନସିକ ପରିଶ୍ରମ କରନ୍ତି ଅଥଚ କୌଣସି ଶାରୀରିକ ପରିଶ୍ରମ କରନ୍ତି ନାହିଁ, ସେମାନେ ନାନାପ୍ରକାର ରୋଗର ଶିକାର ହୁଅନ୍ତି । କ୍ରୀଡ଼ାକୌତୁକ ଦ୍ଵାରା ବ୍ୟାୟାମ ହୁଏ, ଦେହରେ ଭଲ ଭାବରେ ରକ୍ତ ସଞ୍ଚାଳନ ହୁଏ, ତେଣୁ ଦେହ ସୁସ୍ଥ ରହେ, ମନ ଫୁଭି ଲାଗେ, ଯେକୌଣସି ମାନସିକ ପରିଶ୍ରମ କରିବାରେ ଆଗ୍ରହ ବଢ଼େ ।
କ୍ରୀଡ଼ାକୌତୁକ ଦ୍ଵାରା ଅନ୍ୟମାନଙ୍କ ସଙ୍ଗେ ମିଶିବାର ସୁଯୋଗ ମଧ୍ୟ ମିଳେ । ସେଥ ସହିତ ଖେଳସାଥୀମାନଙ୍କ ସହିତ ଆତ୍ମୀୟତା ବଢ଼େ । ଗୋଟିଏ ସ୍ଥାନରେ ସବୁବେଳେ ବସି ରହି ବହି ଘୋଷିଲେ କୃପମଣ୍ଡୁକତା ବଢ଼େ ଓ ଗୋଟିଏ ପୁସ୍ତକକୀଟ ହେବାକୁ ପଡ଼େ । ଏହା ଆଦୌ ଭଲ ନୁହେଁ । ତା’ଛଡା ଖେଳରେ ଅନେକ ଶୃଙ୍ଖଳା ଶିକ୍ଷା କରିବାକୁ ହୁଏ ।
ତୁମେ ଜାଣିଛି, ଆଜିକାଲି କିପରି ସାରା ପୃଥିବୀରେ ଖେଳର ଆଦର ବଢ଼ିଛି । ପତ୍ରପତ୍ରିକା, ରେଡ଼ିଓ ଓ ଦୂରଦର୍ଶନରେ ଖେଳର ପ୍ରଚାର କରାଯାଉଛି । ସରକାର ମଧ୍ୟ ଭଲ ଖେଳାଳିମାନଙ୍କୁ ଷ୍ଟାଇପେଣ୍ଡ ଓ ପୁରସ୍କାର ଦେଇ ଉତ୍ସାହିତ କରୁଛନ୍ତି । ପୃଥିବୀର ବିଭିନ୍ନ ଦେଶ ଖେଳାଳିମାନଙ୍କୁ ନେଇ ପ୍ରତି ଚାରିବର୍ଷରେ ଥରେ ଲେଖାଏଁ ବିଶ୍ୱ ଅଲିମ୍ପିକ୍ କ୍ରୀଡ଼ା ପ୍ରତିଯୋଗିତା ଅନୁଷ୍ଠିତ ହୁଏ । ଏଥିରେ ସ୍ଵର୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦକମାନ ପୁରସ୍କାର ଦିଆଯାଏ । ତେଣୁ କ୍ରୀଡ଼ାକୌତୁକକୁ ନାପସନ୍ଦ କରିବା ଉଚିତ୍ ନୁହେଁ; ମାତ୍ର ଛାତ୍ରଛାତ୍ରୀମାନେ ନିଜର ପାଠପଢ଼ାକୁ ଗୌଣକରି କ୍ରୀଡ଼ା କୌତୁକ ଉପରେ ପ୍ରାଧାନ୍ୟ ଦେବା ଉଚିତ୍ ନୁହେଁ । ସେମାନେ ମନେରଖୁବା ଉଚିତ୍ ଯେ, ଶରୀରଚର୍ଚ୍ଚ ତୁଳନାରେ ଜ୍ଞାନଚର୍ଚ୍ଚାର ମୂଲ୍ୟ ବହୁ ଅଧୁକ, କିନ୍ତୁ କ୍ରୀଡ଼ାକୌତୁକକୁ ଛାତ୍ରମାନେ ସମ୍ପୂର୍ଣ୍ଣ ରୂପେ ପରିହାର କରିବା ଉଚିତ୍ ନୁହେଁ ।
ଇତି
ତୁମର ବନ୍ଧୁ
ମୋହନ
(ପୂର୍ବ ନିୟମ ଅନୁଯାୟୀ ଚିଠି ଉପରେ ଠିକଣା ଲେଖୁବ)
COMMENTS