Letter to Father from Daughter in Odia: In this article you will get ବାପାଙ୍କ ନିକଟକୁ କନ୍ୟାର ପତ୍ର । Bapanka nikataku kanyar patra in odia.
ବାପାଙ୍କ ନିକଟକୁ କନ୍ୟାର ପତ୍ର । Letter to Father from Daughter in Odia
ତରଭା, ସୋନପୁର
ତା...............
ମାନନୀୟ ବାପା,
ମୋ ପ୍ରଣାମ ଗ୍ରହଣ କରିବେ । ଆପଣ ଯିବା ଦିନରୁ କୌଣସି ଚିଠିପତ୍ର ଦେଇ ନ ଥିବାରୁ ଆମେମାନେ ବିଶେଷଭାବରେ ଚିନ୍ତିତ । ବୋଉର ଆଣ୍ଠୁଗଣ୍ଠି ରୋଗ ଔଷଧ ଖାଇବା ପରେ ସାମାନ୍ୟ ଉପଶମ ହୋଇଛି । ସୋମୁ ଦୁଷ୍ଟାମି ଛାଡ଼ି ଏବେ ଟିକିଏ ପଢ଼ାପଢ଼ିରେ ମନ ଦେଲାଣି । ସେ ଆଉ ବେଶି ବାହାରେ ବୁଲାବୁଲି କରୁନାହିଁ । ଆମେ ସନ୍ଧ୍ୟାବେଳେ । ଆଉ ବେଶି ସମୟ ଟି.ଭି. ଦେଖୁ ନାହୁଁ । କାରଣ ଆପଣ କହି ଯାଇଥିଲେ ସନ୍ଧ୍ୟା ବେଳଟି ପଢ଼ାପଢ଼ି ପାଇଁ ଭଲ ସମୟ । ବେଶି ସମୟ ଟି.ଭି. ଦେଖୁଲେ ପରଦିନ ସ୍କୁଲ ପାଠ ତିଆରି କରିବାରେ ବ୍ୟାଘାତ ଜନ୍ତେ । ଆପଣଙ୍କ ଉପଦେଶକୁ ଆମେ ଠିକ୍ଭାବେ ପାଳନ କରୁଛୁ ।
ବାପା, ଆପଣ ଜାଣି ଖୁସିହେବେ ଆମ ଗାଈ ଆଠଦିନ ତଳେ ଜନ୍ମ କରିଛି । ଛନଛନିଆ କଅଁଳା ମାଈ ବାଛୁରୀଟି ଖୁସିରେ ଡିଆଁ ମାରୁଛି । ଗାଈର ଆମେ ଖୁବ୍ ଯନ୍ ନେଉଛୁ । ତାକୁ ପେଜ, ତୋରାଣି, ଘାସ, ପାଳ, କୁଣ୍ଡା ଚୋକଡ଼ ନିୟମିତ ଖାଇବାକୁ ଦେଉଛୁ ।
ଦଶହରା ଆଉ ଅଳ୍ପ ଦିନ ରହିଲା । ଦଶହରା ଛୁଟିରେ ଆପଣ ନିଶ୍ଚ ଆସିବେ । ବୋଉ ପାଇଁ ଔଷଧ, ସୋମୁ ପାଇଁ ଜାମା ପ୍ୟାଣ୍ଟ ଓ ମୋ ପାଇଁ ଭଲ ପ୍ୟାଣ୍ଟ୍ ଫୁକ୍ ଆଣିବେ । ମୁଁ କୁଆଁର ପୁନେଇକି ଚଉରା ପାଖରେ ଆଞ୍ଜୁଳି ଧରିବି । ଆପଣ କୁଶଳରେ ଥିବେ ବୋଲି ଆଶା ।
ସମସ୍ତଙ୍କର ପ୍ରଣାମ ଗ୍ରହଣ କରିବେ ।
। ଇତି।
ଆପଣଙ୍କର ଅଲିଅଳୀ ଝିଅ
ମମି
(ପୂର୍ବ ନିୟମ ଅନୁଯାୟୀ ଚିଠି ଉପରେ ଠିକଣା ଲେଖୁବ)