Saturday, 6 February 2021

Odia Essay on "Unity is Strength", "ଏକତା ହିଁ ବଳ ରଚନା" for Students

Essay on Unity is Strength in Odia Language: In this article "ଏକତା ହିଁ ବଳ ରଚନା", "Ekta Heuchi Shakti Rachna in Odia for students of class 5, 6, 7, 8, 9, and 10.

Odia Essay on "Unity is Strength", "ଏକତା ହିଁ ବଳ ରଚନା" for Students

ଉପକ୍ରମ : ବୈଚିତ୍ରୀବିମଣ୍ଡିତ ଏହି ବିରାଟ ବିଶ୍ଵପ୍ରତି ଦୃଷ୍ଟିପାତ କଲେ ଜଣାଯାଏ ଏହା ହେଉଛି ଏ । ଅଖଣ୍ଡ ଐକ୍ୟର ପୂମନ୍ତ୍ର ପ୍ରକାଶ । ବହୁ ରୂପ, ବହୁ ରଙ୍ଗ, ବହୁ ଭାବ ଓ ବହୁ ଛନ୍ଦର ମଧୁର ସମୟରେ ସୃଷ୍ଟିର ପରିପ୍ରକାଶ ଘଟିଛି । ତଥାପି କେହି କାହାରିଠାରୁ ଭିନ୍ନ ନୁହନ୍ତି, କେହି କାହାରିଠାରୁ ବିଚ୍ଛିନ୍ନ ନୁହନ୍ତି । ସମସ୍ତେ ଏକତାର ମହାମନ୍ତ୍ରରେ ଗ୍ରଥତ ଏବଂ ଐକତାନିକ । ସଙ୍ଗୀତ ଗାଇ ସୃଷ୍ଟିର ମହିମା ଗାନରେ ସଦାମୁଖର । କାର୍ଯ୍ୟତଃ ଅନୈଜ୍ୟ ମଧ୍ୟରେ ଐକ୍ୟ, । ବୈଷମ୍ୟ ମଧ୍ୟରେ ସାମ୍ୟ ଓ ବିଭିନ୍ନତା ମଧ୍ୟରେ ଅଭିନ୍ନତା ସ୍ଥାପନ ଦ୍ବାରା ସୃଷ୍ଟି ହୋଇଛି ସରସ ଓ ସୁନ୍ଦର ।

ଏକତା ହିଁ ସୃଷ୍ଟିର ଧର୍ମ : ବିଶାଳ ସୃଷ୍ଟିରେ ଜଡ଼ଠାରୁ ଜୀବ ପର୍ଯ୍ୟନ୍ତ ସମସ୍ତେ ଗୋଟିଏ ନିୟମର ଅଧୀନ । ଏକତା ହେଉଛି ପ୍ରତ୍ୟେକର କାମ୍ୟ ଓ ସଂହତି ହେଉଛି ପ୍ରତ୍ୟେକର ଧର୍ମ । ତା’ ନହେଲେ ସୃଷ୍ଟିର ସ୍ଥିତି ସଂକଟାପନ୍ନ ହୋଇ ପଡ଼ିବ' ଏବଂ ସମଗ୍ର ଜୀବଜଗତ ଉଦ୍ଭ୍ରାନ୍ତ ହୋଇ ଧ୍ବଂସପ୍ରାପ୍ତ । ହେବ । କ୍ଷୁଦ୍ର କ୍ଷୁଦ୍ର ପ୍ରସ୍ତରଖଣ୍ଡଗୁଡ଼ିକ ଏକତ୍ର ହୋଇ ବିରାଟ ହିମାଚଳ ସୃଷ୍ଟି କରିଛନ୍ତି । ସେଗୁଡ଼ିକର ପରସରର ସଂହତି ହିଁ ସେମାନଙ୍କୁ ସୁଦୃଢ଼ କରିପାରିଛି । ସେଇଭଳି କ୍ଷୁଦ୍ର କ୍ଷୁଦ୍ର ଅସଂଖ୍ୟ ବାଲିକଣା ଏକତ୍ର ହେବା ଫଳରେ ବିରାଟ ସାହାରାର ସୃଷ୍ଟି । ବିନ୍ଦୁ ବିନ୍ଦୁ ଅସଂଖ୍ୟ ଜଳବିନ୍ଦୁର ଏକତ୍ର ସମେଳନରେ ମହାସାଗରର ଉଭବ । କ୍ଷୁଦ୍ରିତିକ୍ଷୁଦ୍ର ଚେର ସଂଘବe ଭାବେ ମୃଭିକାରେ ପ୍ରବେଶ କରି ବିରାଟ ମହୀରୁହକୁ ବାନ୍ଧି ରଖୁଛନ୍ତି । ସ୍ଵର୍ଣ୍ଣାଭ କେଦାରର ଶ୍ରୀସମ୍ପଦ, ଶ୍ୟାମଳ ବନାନୀର କମନୀୟ ରୂପଛଟା, ଉଦ୍ୟାନସ୍ଥିତ ପୁଷ୍ପବୀଥର ହାସ୍ୟ ବିକାଶ, ସୀମାହୀନ ମହାକାଶ, ଦିଗନ୍ତବିସ୍ତାରୀ ଫେନିଳ ମହୋଦଧୁ ସର୍ବତ୍ର ସେହି ଅଖଣ୍ଡ ଐକ୍ୟର ସଭା ବିଦ୍ୟମାନ । ବିକ୍ଷିପ୍ତ ପୁଷ୍ପରାଶି ମାଳାବଦ୍ଧ ହେଲେ ଯେପରି ଅଧୁକ ସୌନ୍ଦର୍ଯ୍ୟ ବିତରଣ କରନ୍ତି; ଜଳ, ବାୟୁ, ଅଗ୍ନି ଇତ୍ୟାଦି ପ୍ରାକୃତିକ ଶକ୍ତିଗୁଡ଼ିକ ଏକୀଭୂତ ହେଲେ ସେହିଭଳି ଅଧକ ଶକ୍ତିଶାଳୀ ହୋଇ ପ୍ରଳୟ ରଚନା କରନ୍ତି । ଏହା ହିଁ ହେଉଛି ସୃଷ୍ଟିର ଧର୍ମ, ଏହା ହିଁ ହେଉଛି ସୃଷ୍ଟିର ବୈଚିତ୍ରୀ ।

ଏକତାର ମୂଲ୍ୟ : ଜୀବଜଗତର ମାନବ ଶିଶୁ ହେଉଛି ସବୁଠାରୁ ଅଧୁକ ଅସହାୟ । ସେ ସମାଜ ଓ ସୁହୃଦୟମାନଙ୍କର ବିନା ସହାୟତାରେ ଆପଣାର ସ୍ଥିତି ରକ୍ଷା କରିପାରେ ନାହିଁ । ଆତ୍ମରକ୍ଷା ପାଇଁ ସେ ଯେତିକି ପରିମାଣରେ ଆପଣାର ଶକ୍ତି ପ୍ରୟୋଗ କରେ, ତାଠାରୁ ଅଧିକ ପରିମାଣରେ ସେ ଅପରର ସହାୟତା ଆବଶ୍ୟକ କରେ । ତେଣୁ ‘ସଂଘ’ ବା ‘ସହଯୋଗ’ ହେଉଛି ତା ପକ୍ଷେ ଏକ ଅପରିହାର୍ଯ୍ୟ ଆବଶ୍ୟକତା । ମନୁଷ୍ୟ ନାନା ପ୍ରାକୃତିକ ଶକ୍ତିର ଅଧୀନ । ବାତ୍ୟା, ବନ୍ୟା, ଅଗ୍ନି, ଭୂ-କମ୍ପ, ରୋଗ, ଅନାହାର ଇତ୍ୟାଦି ନାନା ଦୁର୍ବିପାକ ତାକୁ ପ୍ରତି ସମୟରେ । ଗ୍ରାସ କରିବାକୁ ଉଦ୍ୟତ । ଏସବୁ ବିପଭିରୁ ମନୁଷ୍ୟ ଏକାକୀ ନିଜକୁ ସୁରକ୍ଷିତ କରିବା ଏକ ଅସମ୍ଭବ ବ୍ୟାପାର । ବ୍ୟକ୍ତିବିଶେଷ ପକ୍ଷେ ଯାହା ପର୍ବତ ତୁଲ୍ୟ ପ୍ରତୀୟମାନ ହୁଏ, ସମଷ୍ଟି ପକ୍ଷେ ତାହା ସାମାନ୍ୟ ପ୍ରସ୍ତରଖଣ୍ଡ ରୂପେ ବିବେଚିତ ହୁଏ । ସୁତରାଂ ପ୍ରାକୃତିକ ଶକ୍ତିକୁ ଯଥାସମ୍ଭବ ପରାହତ କରି ନିଜର ନିରାପତ୍ତାକୁ ସୁଦୃଢ଼ କରିବା ନିମନ୍ତେ ଆବଶ୍ୟକ ସଂଘବଦ୍ଧ ପ୍ରଚେଷ୍ଟା । ଏହି ମିଳିତ ପ୍ରଚେଷ୍ଟା ବଳରେ ମନୁଷ୍ୟ ଆଜି ସାଗର, ଭୂଧର ଠାରୁ ଆରମ୍ଭ କରି ମହାଶୂନ୍ୟ ପର୍ଯ୍ୟନ୍ତ ସର୍ବତ୍ର ନିଜର ଅଧୁକାର ପରିବ୍ୟାପ୍ତ କରିଛି । ଏହା କଦାପି କୌଣସି କାଳରେ ମନୁଷ୍ୟ ଏକାକୀ ସାଧନ କରିବା ସହଜ ନୁହେଁ । ମନୁଷ୍ୟ ଯଦି ଆଜି ସମାଜ ଗଠନ କରି ନଥା’ନ୍ତା ବା ସଂଘବଦ୍ଧ ହୋଇ ସଂଗ୍ରାମ କରିବାକୁ ଶିଖ୍ ନଥା'ନ୍ତା, ତେବେ ବହୁ ଇତରପ୍ରାଣୀଙ୍କ ଦ୍ୱାରା ସେ କବଳିତ ହୋଇ ନିଜର ସତ୍ତା ହରାଇ ବସନ୍ତାଣି ।

ଜୀବଜଗତରେ ଏକତାର ଆଦର୍ଶ : ମନୁଷ୍ୟ ଭଳି ଇତର ପ୍ରାଣିଜଗତ ଯେ ଏହି ନିୟମରୁ ବହିର୍ଭୁତ, ତା ନୁହେଁ, ସେମାନେ । ମଧ୍ୟ ଐକ୍ୟବଦ୍ଧ ଭାବରେ କାର୍ଯ୍ୟ କରିବାର ଦେଖାଯାଏ । ପିମ୍ପୁଡ଼ି, ଉଇ ଓ ମହୁମାଛି ଇତ୍ୟାଦି ହେଉଛନ୍ତି ଏହାର ଜ୍ଵଳନ୍ତ ଉଦାହରଣ । ମହୁମାଛିଗୁଡ଼ିକ ଆପଣାର ଶ୍ରମ ଓ ସାଧନା ବଳରେ ଏକତ୍ର ହୋଇ ବିରାଟ ମଧୁଭଣ୍ଡାର ସୃଷ୍ଟି କରନ୍ତି । ଉଇମାନେ ସଂଘବଦ୍ଧ ଭାବରେ ବିରାଟକାୟ ବଲ୍ଲୀକ ନିର୍ମାଣ କରନ୍ତି । ଏହି କାର୍ଯ୍ୟର ଆଦର୍ଶ ଓ ଏକତାର ମୂଲ୍ୟ ପ୍ରତି ସମୟରେ ମନୁଷ୍ୟ ପ୍ରାଣୀକୁ ପ୍ରଚୋଦିତ କରେ । ଅରଣ୍ୟ ମଧ୍ୟରେ ହସ୍ତୀ, ମର୍କଟ, ମୃଗ ଓ ଶଶକ ଇତ୍ୟାଦି ପ୍ରାଣୀ ସାମାଜିକ ନ ହେଲେ ମଧ୍ୟ ସଂଘବଦ୍ଧ । ପକ୍ଷୀମାନଙ୍କ ମଧ୍ୟରେ ସୁଦ୍ଧା ଏକତାର ଆଦର୍ଶ ବିରଳ ନୁହେଁ । ବାସ ନିର୍ମାଣ, ଖାଦ୍ୟ ଅନ୍ବେଷଣ, ଦଳବଦ୍ଧ ଭ୍ରମଣ, ପୁଣି ଆନନ୍ଦକର ମୁହୁର୍ଭରେ ସେମାନଙ୍କର ଏକତ୍ର କଳକୂଜନ ମନୁଷ୍ୟକୁ ଯେତିକି ମୁଗଧ କରେ ସେତିକି ବିସ୍ମୟାଭିଭୂତ କରେ ।

ଏସବୁ ସତ୍ତେ ଏକତାର ପରାକାଷ୍ଠା ପ୍ରଦର୍ଶନ କରିବା ଦିଗରେ ମନୁଷ୍ୟ ପ୍ରାଣୀ ଯେତେଦୂର ସଫଳକାମ ହୋଇପାରିଛି, ତାହା ଅନ୍ୟ କୌଣସି ପ୍ରାଣୀମାନଙ୍କଠାରେ ଦେଖାଯାଇନାହିଁ । ଆଧୁନିକ ବିଶ୍ୱରେ ଜ୍ଞାନବିଜ୍ଞାନ, ଶିକ୍ଷା, ସଂସ୍କୃତି ଓ ରାଜନୀତି ଇତ୍ୟାଦି ସକଳ କ୍ଷେତ୍ରରେ ଏକତାର ମହାମନ୍ତ୍ର ପ୍ରତିଧ୍ବନିତ । ଏକତା ଦ୍ଵାରା ଅନ୍ୟାୟ ଅତ୍ୟାଚାରର ପ୍ରତିବାଦ କରିବାକୁ ଯାଇ ବିପ୍ଳବର ଅଗ୍ନିଶିଖା ଜଳି ଉଠିଛି, କେତେ କେତେ ସାମ୍ରାଜ୍ୟବାଦୀ ଶୋଷକମାନଙ୍କ ଶୋଚନୀୟ ପରାଭବ ଘଟିଛି, ପୁଣି କେତେ କେତେ ନୂତନ ରାଷ୍ଟ୍ରର ଉଭବ ହୋଇଛି । ଏକତାର ଅଭାବରେ ଦିନେ ଭାରତ ପରାଧୀନ ହୋଇଥିଲା; ପୁଣି ଏକତାର ଅପ୍ରତିହତ ଶକ୍ତିବଳରେ ଭାରତ ସ୍ୱାଧୀନତା ହାସଲକଲା । ସେଥିପାଇଁ ଇଂରାଜୀରେ କୁହାଯାଇଛି-

"United we stand, divided we fall".

ସଂସ୍କୃତିରେ ଉଲ୍ଲେଖ ଅଛି-

“ଅନାମପି ବସ୍ତୁନ୍ୟ ସଂହତି କାର୍ଯ୍ୟସାଧିକା

ତୃଣେ ଗୁଣମାପନ୍ତେ ବଧ୍ୟରେ ମଦନ୍ତିନଃ ।”

ତେଣୁ ଆଜି ଜଗତ ହେଉଛି କେବଳ ସଂଘମୟ । ଶ୍ରମିକର ସଂଘ, ଶିକ୍ଷକର ସଂଘ, ପ୍ରଶାସକର ସଂଘ, ରାଜ୍ୟମାନଙ୍କର ସଂଘ, ପରିଶେଷରେ ମିଳିତ ଜାତିସଂଘ । ସୁତରାଂ ସଂଘ ଶକ୍ତିର ପଟାନ୍ତର ନାହିଁ ।

ଶେଷକଥା : ପରିତାପର ବିଷୟ, ଆଜି ବିଶ୍ଵର ଜଟିଳ ରାଜନୈତିକ ପରିସ୍ଥିତିବଶତଃ ବେଳେ ବେଳେ ମନୁଷ୍ୟ ଏକତାର ମହାମନ୍ତ୍ରକୁ ଭୁଲି ଅଲକ୍ଷ୍ୟରେ ନିଜର ପ୍ରଭୂତ କ୍ଷତି ସାଧନ କରୁଛି । ଯେଉଁ ଐକ୍ୟ ମହତ ଉଦ୍ଦେଶ୍ୟରେ ଉଦ୍ଦିଷ୍ଟ ନୁହେଁ, ଯେଉଁ ଐକ୍ୟ ଦ୍ୱାରା ମାନବ ଜଗତର କଲ୍ୟାଣ ସାଧୁତ ନ ହୋଇ ବରଂ ପୁଂସର ପଥ ଉନ୍ମୋଚିତ ହେବ, ତାହା କେବେ ଗ୍ରହଣୀୟ ନୁହେଁ । ନାନା ବୈବିଧ୍ୟ ମଧ୍ୟରେ ସୃଷ୍ଟିର ମହରର ଉଦ୍ଦେଶ୍ୟ ଯେପରି ପରିସ୍କୁଟ, ନାନା ରୂପ, ନାନା ଗନ୍ଧ ବିତରଣ କରୁଥିଲେ ମଧ୍ୟ ଏକତ୍ର ମାଳବଦ୍ଧ ପୁଷ୍ପଗୁଡ଼ିକ ଯେପରି ମନୋରମ, ମନୁଷ୍ୟ ଆଜି ସେହିଭଳି ଐକ୍ୟ ମନ୍ତ୍ରରେ ଦୀକ୍ଷିତ ହୋଇ ସୃଜନର ପଥରେ ଆଗଭର ହେବା ଉଚିତ୍ । ଅନ୍ୟଥା ଯୁଗ ଯୁଗର ଏହି ସୁନ୍ଦର ସୃଷ୍ଟି କେତେବେଳେ ଯେ ଧୂଳିସାତ୍ ହୋଇଯିବ ତାହା କହିହେବ ନାହିଁ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: