Monday, 22 February 2021

Odia Essay on "Terrorism", "ସନ୍ତ୍ରାସବାଦ ଉଗ୍ରବାଦ ବା ଆତଙ୍କବାଦ ରଚନା" for Students

Essay on Terrorism in Odia Language: In this article "ସନ୍ତ୍ରାସବାଦ ଉଗ୍ରବାଦ ବା ଆତଙ୍କବାଦ ରଚନା", "Atankwad rachana essay in odia for students of class 5, 6, 7, 8, 9, and 10.

Odia Essay on "Terrorism", "ସନ୍ତ୍ରାସବାଦ ଉଗ୍ରବାଦ ବା ଆତଙ୍କବାଦ ରଚନା" for Students

ଉପକ୍ରମ : ବିଂଶ ଶତାବ୍ଦୀର ଶେଷ ଭାଗରେ ସମଗ୍ର ବିଶ୍ଵ ଯେଉଁ ଏକ ଭୟାବହ ଜଟିଳ ସମସ୍ୟାର ଜର୍ଜରିତ, ତାହା ହେଉଛି ସନ୍ତ୍ରାସବାଦ । ମାନବିକତାହୀନ କେତେକ ଉଦ୍ଭ୍ରାନ୍ତ ବ୍ୟକ୍ତିଙ୍କର ବର୍ବର ମାନସିକତା ପ୍ରସୂତ ପିଶାଚିକ ଆଚରଣ ହିଁ ହେଉଛି ସନ୍ତ୍ରସବାଦ । ସଂଗଠିତ ହତ୍ୟା, ଲୁଣ୍ଠନ, ଯାତ୍ରୀବାହୀ ବିମାନ ଅପହରଣ, ବିସ୍ତୋରଣ ଘଟାଇ ଧନ ଜୀବନର କ୍ଷତି ସାଧନ ଇତ୍ୟାଦି ହେଉଛି ସନ୍ତ୍ରାସବାଦୀମାନଙ୍କର ପ୍ରଧାନ କାର୍ଯ୍ୟ । ଏହା ଏକ ଉଗ୍ର ମନୋଭାବାପନ୍ନ କାର୍ଯ୍ୟ ହୋଇଥିବାରୁ ଏବଂ ଏହି କାର୍ଯ୍ୟ ଫଳରେ ଏକ ଭୟ ବା ଆଙ୍କର ବାତାବରଣ ସୃଷ୍ଟି ହୋଇଥିବାରୁ ଏହାକୁ ଉଗ୍ରବାଦ ବା ଆତଙ୍କବାଦ (Terrorism) ବୋଲି ମଧ୍ୟ କୁହାଯାଏ ।

କିଛି ରାଜନୈତିକ ଅଭିପ୍ରାୟ ନେଇ ପୃଥିବୀର ବିଭିନ୍ନ ରାଷ୍ଟ୍ରରେ ପ୍ରାୟ ଅର୍ଦ୍ଧଶତ ସନ୍ତ୍ରାସବାଦୀ ସଂଗଠନ କାର୍ଯ୍ୟ କରୁଛନ୍ତି । ବିପୁଳ ଅର୍ଥ ଓ ଅତ୍ୟାଧୁନିକ ମାରଣାସ୍ତ୍ରମାନ ସଂଗ୍ରହ କରି ସନ୍ତ୍ରାସବାଦୀମାନେ ଯେଭଳି ନାରକୀୟ ହିଂସାକାଣ୍ଡମାନ ଭିଆଉଛନ୍ତି, ତାହା କେବଳ ବିଶ୍ଵମାନବିକତାକୁ ବ୍ୟଥିତ କରି ନାହିଁ, ବରଂ ସଭ୍ୟତାର ଇତିହାସରେ ଏକ କଳଙ୍କିତ ଅଧ୍ୟାୟ ସୃଷ୍ଟି କରିଛି । ତେଣୁ ଜାତିସଂଘ ସମେତ ପୃଥିବୀର ବହୁ ରାଷ୍ଟ୍ର ଏହି ସମସ୍ୟାଟି ପ୍ରତି ଏବେ ସତର୍କ ଏବଂ ସଚେତନ ହେଇ ଉଠିଛନ୍ତି ।

ସନ୍ତ୍ରାସବାଦର ଇତିହାସ : ‘ସନ୍ତାସବାଦ’ ଶବ୍ଦଟି ଅତୀତରେ ସୁପରିଚିତ ନ ଥିଲେ ମଧ୍ୟ ଏହାର ଇତିହାସ ସୁପ୍ରାଚୀନ ଅଟେ । ମହାଭାରତରେ ଜତୁଗୃହ ଦାହ, ପାଣ୍ଡବଙ୍କର ପାଞ୍ଚୋଟି ନିଦ୍ରିତ ଶିଶୁପୁତ୍ରଙ୍କୁ ନିଶାଦ୍ଧରେ ଅଶ୍ଵତ୍ଥାମା କର୍ତ୍ତକ ହତ୍ୟା, ସ୍ୱର୍ଣ୍ଣଲଙ୍କାରେ ହନୁମାନର ଅଗ୍ନି ସଂଯୋଗ ଇତ୍ୟାଦି ହିଂସାତ୍ମକ କାର୍ଯ୍ୟକୁ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଗଲେ ମଧ୍ୟ ଏହାକୁ ସନ୍ତ୍ରାସବାଦ ଆଖ୍ୟା ଦିଆଯାଇ ପାରିବ ନାହିଁ । କାରଣ ବ୍ୟକ୍ତିଗତ ସ୍ତରରେ କୌଣସି ପ୍ରତିହିଂସା ବା ପ୍ରତିଶୋଧମୂଳକ କାର୍ଯ୍ୟ ଯେତେ ଅମାନୁଷିକ ହେଲେ ମଧ୍ୟ ତାହା ସନ୍ତ୍ରାସବାଦୀ କାର୍ଯ୍ୟଠାରୁ ଭିନ୍ନ ।

ପୃଥିବୀର ଇତିହାସରେ ଅତୀତରେ ବହୁ ରାଜନୈତିକ ଘନଘଟା ଘଟିଯାଇଛି। ଭୟାବହ ଗଣବିପ୍ଲବ ଘଟି ବହୁ ରାଜଶକ୍ତି କ୍ଷମତାଚ୍ୟୁତ ହୋଇଛନ୍ତି । ଇତିହାସର ପୃଷ୍ଠାଗୁଡ଼ିକ ରକ୍ତର ଛିଟାରେ ବିବର୍ଣ୍ଣ ହୋଇ ଉଠିଛି। କାରୁଣ୍ୟର ଉଚ୍ଛାସରେ ଅଶ୍ରସିକ୍ତ ବିଶ୍ଵ ମାନବିକତା ବିଳାପ କରି ଉଠିଛି । ଖ୍ରୀଷ୍ଟ୍ରୀୟ ପ୍ରଥମ ଶତାବ୍ଦୀରେ ଇହୁଦୀମାନେ ପାଲେଷ୍ଟାଇରେ ରୋମ ରାଜତନ୍ତ୍ରକୁ ବିରୋଧ କରି ସେଠାରେ ବହୁ ରୋମୀୟଙ୍କୁ ନିର୍ମମ ଭାବରେ ହତ୍ୟା କରିଥିଲେ। ଏବେ ମଧ୍ୟ ପାଲେଷ୍ଟାଇନ୍ ଉତ୍ତପ୍ତ ରାଜନୈତିକ ଅଗ୍ନିକୁଣ୍ଡ ମଧ୍ୟରୁ ମୁକ୍ତ ହୋଇ ନାହିଁ । ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ଫରାସୀରେ ଲୁଇ ଶାସନ ବିରୋଧରେ ଯେଉଁ ପ୍ରଚଣ୍ଡ ଗଣ ଆନ୍ଦୋଳନ ମୁଣ୍ଡ ଟେକିଥିଲା, ତା’ର ପରିସମାପ୍ତି ଘଟିଥିଲା ଅମାନୁଷିକ ହତ୍ୟା ଓ ରକ୍ତପାତ ମଧ୍ୟରେ। ରାଜା ଷୋଡ଼ଶ ଲୁଇ ଓ ରାଜପରିବାରଙ୍କ ସମେତ ତାଙ୍କର ହଜାର ହଜାର ସମର୍ଥକଙ୍କୁ ବିପ୍ଳବୀମାନେ ପ୍ରକାଶ୍ୟରେ ହତ୍ୟା କରିଥିଲେ। ଫ୍ରାନ୍ସ ଭଳି ଋଷ ଓ ଆମେରିକାରେ ମଧ୍ୟ ବିପ୍ଳବ ଘଟି ହତ୍ୟାର ବିଭୀଷିକା ସୃଷ୍ଟି ହୋଇଥିଲା ।

ଉଗ୍ରବାଦର ଶିକାର ହୋଇ ପୃଥିବୀର ବିଭିନ୍ନ ଦେଶର ବହୁ ରାଷ୍ଟ୍ରନେତା ଓ ବିଶିଷ୍ଟ ବ୍ୟକ୍ତି ମୃତ୍ୟୁ ବରଣ କରିଛନ୍ତି । ୧୮୮୧ ରେ ଋଷର ସମ୍ରାଟ ଜାର ଦ୍ବିତୀୟ ଆଲେକ୍‌ଜାଣ୍ଡର ବୋମା ବିସ୍ତୋରଣରେ ନିହତ ହୋଇଥିବା ବେଳେ ୧୮୯୮ରେ ଅଷ୍ଟ୍ରିଆର ସାମ୍ରାଜ୍ଞା ଏଲିଜାବେଥଙ୍କୁ ଏବଂ ୧୮୬୫ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାର ରାଷ୍ଟ୍ରପତି ଆବ୍ରାହମ୍ ଲିଙ୍କନକୁ ଗୁଳିକରି ହତ୍ୟା କରାଯାଇଥିଲା । ଋଷ ବିପ୍ଳବ ସମୟରେ ଦେଶରୁ ତିନି ଶହ ବର୍ଷର ସ୍ୱେଚ୍ଛାଚାରୀ ଜାର ଶାସନର ଅବସାନ ଘଟାଇବାକୁ ଯାଇ ବିପ୍ଳବୀମାନେ ୧୯୧୮ ମସିହାରେ ସମ୍ରାଟ ଦ୍ବିତୀୟ ନିକୋଲାସଙ୍କୁ ସପରିବାର ହତ୍ୟା କରିଥିଲେ । ଭାରତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି, ଜେନେରାଲ ବୈଦ୍ୟ ଏବଂ ରାଜୀବ ଗାନ୍ଧି ସନ୍ତାସବାଦର ଶିକାର ହୋଇ ଜୀବନ ହରାଇଥିଲେ । ଆଧୁନିକ ବିଶ୍ଵରେ ବିଶେଷକରି ବିଂଶ ଶତାବ୍ଦୀର ଅନ୍ତିମ ଭାଗରେ ସନ୍ତ୍ରାସବାଦ ତା ଅକ୍ଟୋପସୀ କାୟା ବିସ୍ତାର କରି ଅଧୁକ ବ୍ୟାପକ ଓ ଶକ୍ତିଶାଳୀ ହୋଇ ଉଠିଛି । ଅତ୍ୟାଧୁନିକ ମାରଣାସ୍ତ୍ର, ବିସ୍ତୋରକ ସାମଗ୍ରୀ, ଉନ୍ନତ ପରିବହନ ଓ ଯୋଗାଯୋଗ ବ୍ୟବସ୍ଥା ସେମାନଙ୍କର ଶକ୍ତି ଓ କୌଶଳକୁ ଶାଣିତ କରିବାରେ ସାହାଯ୍ୟ କରିଛି । ଅତ୍ୟାଧୁନିକ ବିଜ୍ଞାନ ଓ ଉନ୍ନତ ଜ୍ଞାନ କୌଶଳକୁ ଏ ଶ୍ରେଣୀୟ ଲୋକମାନେ ଅପବ୍ୟବହାର କରି ମାନବ ସମାଜକୁ କେବଳ ଧ୍ବଂସ ପଥରେ ଆଗେଇ ନେଉଛନ୍ତି ।

ଭାରତରେ ସନ୍ତ୍ରାସବାଦ : ଭାରତର ସ୍ଵାଧୀନତା ଆନ୍ଦୋଳନ ସମୟରେ ଆନ୍ଦୋଳନକାରୀମାନେ ଯେଉଁ ହିଂସାତ୍ମକ କାର୍ଯ୍ୟରେ ଲିପ୍ତ ଥିଲେ, ତାହାକୁ କେହି କେହି ସନ୍ତ୍ରାସବାଦ ବୋଲି କହୁଥିଲେ ମଧ୍ୟ ପ୍ରକୃତ ଅର୍ଥରେ ତାହା ସନ୍ତ୍ରାସବାଦ ନ ଥିଲା । ସେମାନଙ୍କର ହତ୍ୟାକାଣ୍ଡ ଅବିଚାରିତ ନ ଥିଲା କିମ୍ବା ସେମାନେ କୌଣସି ନିରୀହ ଲୋକକୁ ହତ୍ୟା କରି ବା ନିର୍ଯାତନା ଦେଇ ଦେଶରେ ଆତଙ୍କରାଜ ସୃଷ୍ଟି କରି ନ ଥିଲେ । ସ୍ଵାଧୀନତା ପରବର୍ତ୍ତୀ କାଳରେ ଭାରତରେ ପଞ୍ଜାବ, କାଶ୍ମୀର ଓ ଆସାମ ପ୍ରଭୃତି ଅଞ୍ଚଳକୁ ନେଇ ଯେଉଁ ପ୍ରଚଣ୍ଡ ଉଗ୍ରବାଦ ମୁଣ୍ଡ ଟେକିଛି, ତାହା ସମ୍ପୂର୍ଣ୍ଣ ଭାବେ ବିଚାର ବିବେକଶୂନ୍ୟ ଏବଂ ଅମାନବିକ ।

ନିରୀହ ଲୋକଙ୍କୁ ହତ୍ୟାକରି, ଜାତୀୟ ସଂପତ୍ତିକୁ ନଷ୍ଟକରି, ରାଜନୈତିକ ଲୋକଙ୍କର ଜୀବନ ଉପରେ ଆତଙ୍କ ସୃଷ୍ଟିକରି, ସୁରକ୍ଷା ବାହିନୀ ଉପରେ କୌଶଳପୂର୍ଷ ଅତର୍କିତ ଆକ୍ରମଣ କରି ସେମାନେ ନିଜର ଦାବି ହାସଲ କରିବାକୁ ଚାହୁଁଛନ୍ତି । ପଞ୍ଜାବର ଖଲିସ୍ଥାନ ଆନ୍ଦୋଳନ ହେଉଛି ଏକ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ । ଏହି ଆନ୍ଦୋଳନକୁ ଦମନ କରି ସେଠାରେ ଶାନ୍ତି ସ୍ଥାପନ କରିଯାଇଥିଲେ ମଧ୍ୟ କେତେକ ବ୍ୟକ୍ତି ବିଦେଶରେ ଥାଇ ସେମାନଙ୍କର କାର୍ଯ୍ୟକ୍ରମ ବଞ୍ଚାଇ ରଖୁଛନ୍ତି ।

ପାକିସ୍ତାନ ସହାୟତାରେ କାଶ୍ମୀରରେ ଯେଉଁ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମ ଚାଲୁ ରହିଛି, ତାହା ମୂଳରେ ରହିଛି କାଶ୍ମୀରକୁ ଭାରତରୁ ପୃଥକ୍ କରିନେଇ ପାକିସ୍ତାନରେ ମିଶାଇବାର ପ୍ରୟାସ । ହଜାର ହଜାର ତାଲିମପ୍ରାପ୍ତ ସନ୍ତ୍ରାସବାଦୀ କାଶ୍ମୀରରେ ଆତ୍ମଗୋପନ କରି ରହି ଏବଂ ନିଜର ଗୋପନ ଆଡ୍ଡା ନିର୍ମାଣ କରି ସେଠାରେ କେବଳ ଅସ୍ଥିରତା ସୃଷ୍ଟିକରୁ ନାହାଁନ୍ତି, ବହୁ ଧନ ଜୀବନ ନଷ୍ଟ କରୁଛନ୍ତି । କାଶ୍ମୀର ଓ ପଞ୍ଜାବ ସମସ୍ୟା ସହିତ ଆସାମର ବୋଡୋ । ଉଗ୍ରପନ୍ଥୀ, ଝାଡଖଣ୍ଡ ମୁକ୍ତିମୋର୍ଚ୍ଚା, ଦାର୍ଜିଲିଂର ଗୁଖୀ ସଂଗଠନ, ଓଡ଼ିଶା ଓ ଆନ୍ଧ୍ର ସୀମାନ୍ତରେ ନସଲପନ୍ଥୀ, ବିହାରରେ ମାଓପନ୍ଥୀ କମ୍ୟୁନିଷ୍ଟ ସେଣ୍ଟର, ପିପୁଲସ ୱାର ଗୁପ ଏହି ସମସ୍ୟାକୁ । ଅଧ୍ବକ ଗୁରୁତର କରିଛନ୍ତି । ସ୍ୱତନ୍ତ୍ର ଝାଡ଼ଖଣ୍ଡ ରାଜ୍ୟ ଗଠନ ପରେ ଝାଡ଼ଖଣ୍ଡ ଆନ୍ଦୋଳନ ଶିଥିଳ ହୋଇଯାଇଥିଲେ ମଧ୍ୟ କାଶ୍ମୀର ଓ ଆସାମ ସମସ୍ୟା ଗୁରୁତର ହୋଇ ରହିଛି । ବୋଡ଼େ ଉଗ୍ରପନ୍ଥୀଙ୍କ ଦୌରାମ୍ୟ ଫଳରେ ଆସାମ ଏକ ଉପଦ୍ରୁତ ଅଞ୍ଚଳରେ ପରିଣତ ହୋଇଛି । ଉଗ୍ରପନ୍ଥୀମାନେ ଚା ବଗିଚାର ମାଲିକଙ୍କୁ ହତ୍ୟା କରିବା, ସେମାନଙ୍କୁ କୌଶଳରେ ଅପହରଣ କରି ନେଇ ପଣବନ୍ଦି ସ୍ଵରୂପ ରଖୁ ପ୍ରଚୁର ଅର୍ଥ ଆଦାୟ କରିବା ଇତ୍ୟାଦି ହେଉଛି ନିୟମିତ ବ୍ୟାପାର । ଏହାଦ୍ବାରା ଚା ଶିଳ୍ପର ପ୍ରଭୃତ କ୍ଷତି ସାଧୂତ ହେଉଛି ।

ଶ୍ରୀଲଙ୍କାର ତାମିଲ ଆନ୍ଦୋଳନ ସହିତ ସଂପୃକ୍ତ ଥିବା ଉଗ୍ରପନ୍ଥୀମାନେ ଦକ୍ଷିଣ ଭାତରେ ସକ୍ରୀୟ ରହିବା ଫଳରେ ସେଠାରେ ମଧ୍ୟ ଏକ ଅସ୍ଥିର ବାତାବରଣ ସୃଷ୍ଟି ହୋଇଛି ।

ସନ୍ତ୍ରାସବାଦର ପରିଣତି : ସନ୍ତ୍ରାସବାଦ ଏକ ଅବିଚାରିତ ଓ ଅମାନବୋଚିତ କାର୍ଯ୍ୟ ବୋଲି କହି ସମଗ୍ର ବିଶ୍ୱ ଏହାକୁ ନିନ୍ଦା କରିଥିଲେ ମଧ୍ୟ ରାଜନୈତିକ କାରଣରୁ ଏହାକୁ ଦମନ କରଯାଇପାରୁନାହିଁ । ସନ୍ତ୍ରାସବାଦୀମାନେ ନିଜର ଦାବି ହାସଲ କରିବା ନିମନ୍ତେ ହିଂସାତ୍ମକ ପନ୍ଥା ଅବଲମ୍ବନ କରି ନିରୀହ ଲୋକମାନଙ୍କୁ ହତ୍ୟା କରିବା ଏକ ବର୍ବର କାର୍ଯ୍ୟ ବ୍ୟତୀତ ଅନ୍ୟ କିଛି ନୁହେଁ । ବରଯାତ୍ରୀଙ୍କୁ ଆକ୍ରମଣ କରି ସେମାନଙ୍କୁ ହତ୍ୟାକରିବା, ଚଳନ୍ତା ଯାନବାହନ ବା ଗାଡ଼ିମଟର ଉପରକୁ ଗୁଳିଚଳାଇବା, ଜଗଗହଳିପୂର୍ଣ୍ଣ ସ୍ଥାନ ଅଥବା ଯାତ୍ରୀବାହୀ ବସ୍, ରେଳ ବା ପୋଲ, ରେଳଧାରଣା ଓ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଉପରେ ଆଘାତ କରିବା, ବିମାନ୍ ଅପହରଣ କରି ନେଇ ଯାତ୍ରୀମାନଙ୍କୁ ପଣବନ୍ଦୀ ରଖୁବା ଇତ୍ୟାଦି ହେଉଛି ସନ୍ତ୍ରାସବାଦୀମାନଙ୍କର କାର୍ଯ୍ୟ । ଏହାଦ୍ୱାରା ଜାତୀୟ ସମ୍ପରି ନଷ୍ଟ ହେଉଛି, ଗୋଷ୍ଠୀ ଜୀବନ ବିପର୍ଯ୍ୟସ୍ତ ହୋଇପଡୁଛି, ସାମାଜିକ ଜୀବନ ବିପନ୍ନ ହୋଇଉଠୁଛି, ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ବ୍ୟାହତ ହେବା ସହିତ ବିକାଶମୂଳକ କାର୍ଯ୍ୟକ୍ରମ ବିସ୍ମିତ ହେଉଛି ।

ଆଧୁନିକ କାଳରେ ଉନ୍ନତମାନର ମାରଣାସ୍ତ୍ର ଓ ଉଚ୍ଚ ଶକ୍ତିସଂପନ୍ନ ବିସ୍ତୋରକ ସାମଗ୍ରୀର ଉଦ୍ଭାବନ ସହିତ ଦୂର ନିୟନ୍ତ୍ରଣକାରୀ ଯନ୍ତ୍ର (Remote Control)ର ଉପଯୋଗ ଫଳରେ ସନ୍ତ୍ରାସବାଦୀ କାର୍ଯ୍ୟକ୍ରମ ଅଧୁକ ଭୟାବହ ହୋଇ ପଡ଼ିଛି । ୨୦୦୧ ମସିହା ସେପ୍ଟେମ୍ବର ମାସରେ ଆମେରିକାର ପେଣ୍ଟାଗନ ଭବନ ଓ ୧୧୦ ମହଲା ବିଶିଷ୍ଟ ସୁଉଚ୍ଚ ବିଶ୍ଵବାଣିଜ୍ୟ କେନ୍ଦ୍ରକୁ ତାଲିବାନ ସନ୍ତ୍ରାସବାଦୀମାନେ ଯେପରି ଭସ୍ମସାତ କରିଦେଲେ, ତାହା ବିଶ୍ଵବାସୀଙ୍କ ମନରେ ଭୟ ବା ଆଶଙ୍କାର ଏକ ଶିହରଣ ସୃଷ୍ଟି କରିଛି । ତାହାରି ଯୋଗୁ ସନ୍ତ୍ରାସବାଦୀ ନେତା ଓସମା ବିନ ଲାଡେନକୁ ଧରିବା ପାଇଁ ଅମେରିକା ଆଫଗାନିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରି ଦେଇଛି । ଏକବିଂଶ ଶତାବ୍ଦୀର ଆଦ୍ୟଭାଗରେ ବିଶ୍ୱ ଇତିହାସରେ ଏହା ହେଉଛି ଏକ ବିଶେଷ ଘଟଣା । ଆତଙ୍କବାଦୀମାନେ ଡାକ ଜରିଆରେ ପତ୍ର ମାଧ୍ୟମରେ ପ୍ରତିପକ୍ଷର ଲୋକମାନଙ୍କ ନିକଟକୁ ଆଛାସ ନାମକ ଏକ ରୋଗର ଜୀବାଣୁ ପ୍ରେରଣ କରି ସେମାନଙ୍କର ଅଭିନବ ତଥା ସର୍ବଶେଷ କୌଶଳ ପ୍ରଦର୍ଶନ କରିଛନ୍ତି । ଭାରତ ସମେତ ପୃଥିବୀର ବିଭିନ୍ନ ଦେଶ ଏବେ ଏହି ଜୀବାଣୁ ଆକ୍ରମଣରେ ଶିକାର ହେଲେଣି । ଆତଙ୍କବାଦର ଚରମ ସ୍ବରୂପ କଅଣ, ତାହା ଏଇଥିରୁ ସ୍ପଷ୍ଟ ହୋଇଯାଇଛି ।

ଉପସଂହାର : ସନ୍ତ୍ରାସବାଦ ଯେ ଏକ ମାନବିକତା ବିରୋଧୀ ନିନ୍ଦନୀୟ କାର୍ଯ୍ୟ, ଏହା ପୃଥିବୀର ପ୍ରାୟ ସମସ୍ତ ରାଷ୍ଟ୍ର ଅନୁଭବ କଲେଣି । କାଶ୍ମୀରରେ ପାକିସ୍ତାନୀ ସନ୍ତ୍ରାସବାଦୀ ଓ ଆଫଗାନିସ୍ତାନର ତାଲିବାନ ବିଦ୍ରୋହୀଙ୍କୁ ନୀରବ ସମର୍ଥନ କରୁଥିବା ଆମେରିକା ୨୦୦୧ ମସିହା ସେପ୍ଟେମ୍ବର ମାସରେ ନିଜେ ତାଲିବାନୀ ସନ୍ତ୍ରାସବାଦୀ ଆକ୍ରମଣର ଶିକାର ହେବା ପରେ ଏବେ ତା ମୋହଭଙ୍ଗ ଘଟିଛି ଏବଂ ପୃଥିବୀରୁ ସନ୍ତ୍ରାସବାଦର ସମ୍ପୂର୍ଣ୍ଣ ନିରାକରଣର ଦ୍ବାହି ଦେଇ ଆଫଗାନିସ୍ତାନ ଉପରେ ଆକ୍ରମଣ ଆରମ୍ଭ କରିଛି । ସେଥ ସହିତ କେତେକ ସନ୍ତ୍ରାସବାଦୀ ସଂଗଠନକୁ ବେଆଇନ୍‌ ଘୋଷଣା କରିବା ସଙ୍ଗେ ସଙ୍ଗେ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଅଚଳ କରିଦେଇଛି । ଏହି ଘଟଣା ପରେ ପୃଥିବୀର ଜନମତ ସନ୍ତ୍ରାସବାଦ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ ମଧ୍ୟ ମୁସଲମାନ ରାଷ୍ଟ୍ରମାନେ ଏହାକୁ ଏକ ‘ଜେହାଦ’ ବା ଧର୍ମଯୁଦ୍ଧ ବୋଲି କହି ସମ୍ମିଳିତ ଭାବେ ପ୍ରତି ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛନ୍ତି । ସୁତରାଂ ପୃଥିବୀର ସମସ୍ତ ରାଷ୍ଟ୍ର କୌଣସି ରାଜନୈତିକ ଅଭିସନ୍ଧି ନ ରଖୁ ଏକ ସ୍ବରରେ ସନ୍ତ୍ରାସବାଦର ନିନ୍ଦାକରି ଯଦି ତା’ର ନିରାକରଣ ଦିଗରେ ଉଦ୍ୟମ କରନ୍ତେ, ତେବେ ହୁଏତ କିଛି ସୁଫଳ ମିଳନ୍ତା ବୋଲି ଆଶା କରାଯାଏ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: