Essay on My Favorite Writer in Odia Language : In this article " ତୁମର ପ୍ରିୟ ଲେଖକ ରଚନା ", " Fakir mohan senapati essay in odia...
Essay on My Favorite Writer in Odia Language: In this article "ତୁମର ପ୍ରିୟ ଲେଖକ ରଚନା", "Fakir mohan senapati essay in odia", "Tumar priya lekhak rachana in odia for students of class 5, 6, 7, 8, 9, and 10.
Odia Essay on "My Favorite Writer", "ତୁମର ପ୍ରିୟ ଲେଖକ ରଚନା" for Students
ସୂଚନା: କବି ଓ କଥାକାରମାନେ ସ୍ଵର୍ଗୀୟ ବିଭୂତିରେ ସୁମଣ୍ଡିତ ହୋଇ ଧରାରେ ଅବତୀର୍ଣ୍ଣ ହୋଇଥାନ୍ତି । ନିପୁଣ ମାଳାକାର ତୁଲ୍ୟ ସାରସ୍ବତ ଉଦ୍ୟାନରୁ ନାନାବିଧ ସୁନ୍ଦର ଓ ସୁରଭିତ କୁସୁମ ଚୟନ କରି ସେମାନେ ଯେଉଁ ମାଲ୍ୟ ତିଆରି କରନ୍ତି, ତାହା ଜନପ୍ରାଣକୁ ଅପୂର୍ବ ଆନନ୍ଦରେ ଅଭିଭୂତ କରିଥାଏ । ସେମାନଙ୍କର ଜୀବନରେ କାରି ନ ଥାଏ । ଅବସାଦ ନ ଥାଏ । କେଉଁ ଏକ କଳ୍ପଲୋକରେ ବିଚରଣ କରି ବାସ୍ତବ ମାନବ ସମ୍ମୁଖରେ ସୁଖ-ଦୁଃଖ, ହସ-ଅଶ୍ର, ଓ ଆନନ୍ଦ-ବିଷାଦର ଯେଉଁ ମାର୍ମିକ ଚିତ୍ର ପରିବେଷଣ କରନ୍ତି, ତାହା ସେମାନଙ୍କୁ କାଳଜୟୀ ଗୌରବରେ ଗୌରବାନ୍ବିତ କରେ । ସେମାନେ ହେଉଛନ୍ତି ଏକାଧାରରେ ସ୍ରଷ୍ଟା ଏବଂ ଦ୍ରଷ୍ଟା, ଜୀବନର ରୂପକାର ପୁଣି ଭାଷ୍ୟକାର । ଯୁଗେ ଯୁଗେ ସେମାନେ ସାରସ୍ୱତ ଜଗତରେ ଆପଣାର ଦୀପ୍ତିରେ ଦୀପ୍ତିମାନ । ଓଡ଼ିଆ ସାହିତ୍ୟ ଜଗତରେ ଏଇଭଳି ଜଣେ କୀର୍ତ୍ତିମାନ ଓ ଦୀପ୍ତିମାନ କଥାକାର ହେଉଛନ୍ତି ସ୍ୱର୍ଗତ ଫକୀରମୋହନ ସେନାପତି । ତାଙ୍କ ସମୟରେ ସେ ଥିଲେ ଓଡ଼ିଆ ସାହିତ୍ୟର ଜଣେ ଯଥାର୍ଥ ସେନାପତି । ଲେଖକ ଭାବରେ ସେ ହେଉଛନ୍ତି ମୋର ପ୍ରିୟ ଏବଂ ନମସ୍ୟ
ଲେଖକଙ୍କ ସଂକ୍ଷିପ୍ତ ପରିଚୟ : ଯୁଗସ୍ରଷ୍ଟା ଫକୀରମୋହନ ଏକାଧାରରେ ଥିଲେ ଜଣେ କବି ଓ କଥାକାର । “ଓଡ଼ିଆ ସାହିତ୍ୟର ଇତିହାସ’ର ସେ ବ୍ୟାସକବି ଓ କଥାସମ୍ରାଟ ଭାବରେ ପରିଚିତ । ୧୮୪୩ ମସିହା ଜାନୁୟାରୀ ମାସ ମକର ସଂକ୍ରାନ୍ତି ଦିନ ସେ ବାଲେଶ୍ୱର ଜିଲ୍ଲାର ମଲ୍ଲିକାଶପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଲକ୍ଷ୍ମଣ ସେନାପତି ଏବଂ ମାତାଙ୍କ ନାମ ତୁଳସୀ ଦେଈ । ବାଲ୍ୟକାଳରୁ ସେ ପିତାମାତାଙ୍କୁ ହରାଇ ନିଜର ଠାକୁରମାଆ କୁଚିଳା ଦେଈଙ୍କ ଦ୍ବାରା ଲାଳିତପାଳିତ ହୋଇଥିଲେ । ଶୈଶବରେ ସେ ରୋଗାକ୍ରାନ୍ତ ହୋଇ ଖୁବ୍ ଦୁଃଖ ପାଇଥିଲେ ଏବଂ ତାଙ୍କ ଆରୋଗ୍ୟ କାମନା କରି ଠାକୁରମାଆ ତାଙ୍କୁ ବାଲେଶ୍ୱର ସହରର ପୀରଙ୍କ ନିକଟରେ ଉତ୍ସର୍ଗ କରି ଦେଇଥିଲେ । ସେଇ ଦିନଠାରୁ ତାଙ୍କ ନାମ ହୋଇଥିଲା ଫକୀରମୋହନ ।
ଉତ୍କଟ ଦାରିଦ୍ର୍ୟ ହେତୁ ଫକୀରମୋହନ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହୋଇଥିଲେ । ସେକାଳର ସେକେଣ୍ଡ କ୍ଲାସ ବା ଷଷ୍ଠ ଶ୍ରେଣୀରୁ ବିଦ୍ୟାଳୟ ପରିତ୍ୟାଗ କରି ଜାହାଜର ଅଝାଲ ମରାମତି କାର୍ଯ୍ୟରେ ଏବଂ ପରେ ନିମକ ମାହାଲରେ ହିସାବ ଲେଖୁବା କାର୍ଯ୍ୟରେ ନିଯୁକ୍ତ ହୋଇଥିଲେ । ସେ କିଛି ଦିନ ପାଇଁ ମାତ୍ର ଅଢ଼େଇ ଟଙ୍କା ବେତନରେ ଶିକ୍ଷକତା କରିଥିଲେ । ଫକୀରମୋହନ ୧୮୬୪ ମସିହା ବେଳକୁ ବାଲେଶ୍ବର ସ୍କୁଲର ପ୍ରଧାନ ଶିକ୍ଷକ ଭାବରେ ନିଯୁକ୍ତ ହୋଇ ନିଜର କର୍ମ ଦକ୍ଷତାର ପ୍ରମାଣ ଦେଇଥିଲେ ।
ଫକୀରମୋହନ ଉଚ୍ଚଶିକ୍ଷା ଲାଭ କରିବାର ସୁଯୋଗ ପାଇ ନ ଥିଲେ ମଧ୍ୟ ନିଜ ଉଦ୍ୟମରେ ସଂସ୍କୃତ ଓ ଇଂରାଜୀ ଭାଷା ଶିକ୍ଷା କରି ସେଥିରେ ଯଥେଷ୍ଟ ଜ୍ଞାନ ଅର୍ଜନ କରିଥିଲେ । ତାଙ୍କ ରଚନାଗୁଡ଼ିକରୁ ତାଙ୍କ ଜ୍ଞାନ ଓ ପାଣ୍ଡିତ୍ୟର ବେଶ୍ ପରିଚୟ ମିଳେ । ସଂସ୍କୃତ ମହାଭାରତର କେତେକ ଅଂଶ ସେ ଓଡ଼ିଆରେ ଅନୁବାଦ କରିଥିଲେ । ସେଥିପାଇଁ ତାଙ୍କୁ ‘ବ୍ୟାସକବି’ବୋଲି କୁହାଯାଏ ।
ଫକୀରମୋହନଙ୍କ ଜୀବନ ଅତ୍ୟନ୍ତ ଦୁଃଖ ଓ ସଂଘର୍ଷ ମଧ୍ୟରେ ଅତିବାହିତ ହୋଇଥିଲା । ସେ ଥିଲେ ଚିର ରୁଗଣ । ସେଇ ରୁଗଣତାରେ ହିଁ ତାଙ୍କ ଜୀବନାବସାନ ଘଟିଥିଲା । ପ୍ରଥମ ସ୍ତ୍ରୀ ଲୀଳାବତୀଙ୍କର ଅକାଳ ବିୟୋଗ ପରେ ୨୮ବର୍ଷ ବୟସରେ ଦ୍ବିତୀୟ ପତ୍ନୀ କୃଷକୁମାରୀଙ୍କୁ ବିବାହ କରିଥିଲେ । ଶାରୀରିକ ଶୀତା ଓ ରୁଗଣତା ସତ୍ତ୍ୱେ ସେ ଥିଲେ ଅସାଧାରଣ ଧୀଶକ୍ତି ସମ୍ପନ୍ନ । ୧୮୭୧ ମସିହାରୁ ୧୮୯୬ ମସିହା ସଂରେ ଗଡଜାତ ରାଜ୍ୟ ନୀଳଗିରି, ଡୋମପଡ଼ା, ଢେଙ୍କାନାଳ ଓ କେନ୍ଦୁଝର ପ୍ରଭୃତି ଷ୍ଟେଟରେ ଦେବାନୀ କାର୍ଯ୍ୟ କରି ଆପଣାର ବୁଦ୍ଧି, ବିଚକ୍ଷଣତା ଓ ପ୍ରତ୍ୟୁତ୍ପନ୍ନମତିତାର ପରିଚୟ ଦେଇଥିଲେ । ବାଲେଶ୍ବର ଜିଲ୍ଲାର ସେ ସମୟର କଲେଟର ଗୁଣଗ୍ରାହୀ ବିମ୍ସ ସାହେବଙ୍କ ସହିତ ତାଙ୍କର ସୁସମ୍ପର୍କ ଥିଲା । ସାହିତ୍ୟିକ ବନ୍ଧୁ ଭାବରେ ତାଙ୍କର ସମସାମୟିକ କବିବର ରାଧାନାଥ ଏବଂ ଭକ୍ତକବି ମଧୁସୂଦନ ଥିଲେ ଏକାନ୍ତ ଅନ୍ତରଙ୍ଗ । ଫକୀରମୋହନ, ରାଧାନାଥ ଓ ମଧୁସୂଦନଙ୍କୁ ଓଡ଼ିଆ ସାହିତ୍ୟ କ୍ଷେତ୍ରରେ ତ୍ରିବେଣୀ ସଙ୍ଗମ ବୋଲି କୁହାଯାଏ । ଫକୀରମୋହନ ବହୁ କାବ୍ୟ, କବିତା, ଗଳ୍ପ, ଉପନ୍ୟାସ ଇତ୍ୟାଦି ରଚନାକରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିଛନ୍ତି । ସେକାଳର କେତେକ ବଙ୍ଗୀୟ ସରକାରୀ କର୍ମଚାରୀଙ୍କ ଚକ୍ରାନ୍ତ ଫଳରେ ଓଡ଼ିଆ ଭାଷାକୁ ବିଦ୍ୟାଳୟମାନଙ୍କରୁ ଉଚ୍ଛେଦ କରିବାର ଯେଉଁ ଉଦ୍ୟମ ହୋଇଥିଲା, ଫକୀରମୋହନ ଅନ୍ୟମାନଙ୍କ ସହିତ ମିଶି ଏହାର ପ୍ରତିରୋଧ କରିଥିଲେ । ଓଡ଼ିଆ ଭାଷା ସୁରକ୍ଷା ଆନ୍ଦୋଳନରେ ସେ ଥିଲେ ଜଣେ ଯଥାର୍ଥ ସେନାପତି । ଅମ୍ନରୋଗରେ ଆକ୍ରାନ୍ତ ହୋଇ ସେ ୧୯୧୮ ମସିହା ଜୁନ୍ ମାସ ୧୪ ତାରିଖ ଦିନ ପରଲୋକ ଗମନ କରିଥିଲେ ।
ଫକୀରମୋହନଙ୍କ ସାହିତ୍ୟ ସାଧନା : ଫକୀରମୋହନଙ୍କ ପ୍ରତିଭାଦୀପ୍ତ ବଳିଷ୍ଠ ଲେଖନୀ ନିକଟରେ ଓଡ଼ିଆ ଭାଷା ଓ ସାହିତ୍ୟ । ବହୁ ଭାବରେ ରଣୀ । କାବ୍ୟ, କବିତା ସହିତ ବହୁ ଗଳ୍ପ ଉପନ୍ୟାସ ରଚନା କରି ସେ ଓଡ଼ିଆ ସାହିତ୍ୟରେ ଏକ ନୂତନ ଯୁଗର ସୂତ୍ରପାତ କରିଥିଲେ । ସେଥିପାଇଁ ତାହାଙ୍କୁ ‘ଯୁଗସ୍ରଷ୍ଟା’ ବୋଲି କୁହାଯାଏ । 'ଛ' ମାଣ ଆଠଗୁଣ୍ଠ', 'ମାମୁ', 'ଲଛମା’ ଓ ‘ପ୍ରାୟଶ୍ଚିତ’ ନାମରେ ସେ ଚାରିଖଣ୍ଡ ଉପନ୍ୟାସ ଏବଂ “ଉତ୍କଳ ଭ୍ରମଣୀ', 'ପୁଷ୍ପମାଳା”, “ଉପହାର', 'ଅବସର ବାସରେ ଓ “ବୌଦ୍ଧବତାର’ ପ୍ରଭୃତି କେତୋଟି କାବ୍ୟ ଓ କବିତା ପୁସ୍ତକ ରଚନା କରିଛନ୍ତି । ଏତଦ୍ବ୍ୟତୀତ ସେ ବହୁ ଗଳ୍ପ ରଚନା କରିଛନ୍ତି । ସେଗୁଡ଼ିକ ‘ଗଳ୍ପସ୍ଵଳ୍ପ ପୁସ୍ତକ’ ନାମରେ ସଂକଳିତ ହୋଇଛି । ତାହାଙ୍କ ରଚିତ ଗଛଗୁଡ଼ିକ ମଧ୍ୟରେ ଡାକ ମୁସି, ରେବତୀ, ପେଟେଣ୍ଟ ମେଡିସିନ, ରାଣ୍ଡିପୁଅ ଅନନ୍ତା, ବୀରେଇ ବିଶ୍ବାଳ ଓ ସଭ୍ୟ ଜମିଦାର ଇତ୍ୟାଦି ବେଶ୍ ଲୋକପ୍ରିୟ । ତାଙ୍କ ଆତ୍ମଜୀବନ ଚରିତ’ ଗ୍ରନ୍ଥଟି ଜୀବନୀ ସାହିତ୍ୟ ଭାବରେ ଓଡ଼ିଆ ଭାଷାରେ ଅନନ୍ୟ ଅଟେ । ଏଇଟିକୁ ପାଠ କଲେ ଗୋଟିଏ ଗଛ ବା ଉପନ୍ୟାସ ପାଠ କରିବାର ଆନନ୍ଦ ଅନୁଭବ କରିହୁଏ ।
ଫକୀରମୋହନ ମୋର ପ୍ରିୟ କାହିଁକି : ଲେଖକ ଭାବରେ ଫକୀରମୋହନ କେବଳ ମୋର କାହିଁକି, ସମଗ୍ର ଓଡ଼ିଆ ଜାତିର ପ୍ରିୟ ଓ ନମସ୍ୟ ଅଟନ୍ତି । ଖାଣ୍ଟି ଓଡ଼ିଆ ଭାଷାରେ ସରଳ ଓ ସାବଲୀଳ ଭାବରେ ସେ ଯେଉଁ ସବୁ ଗଳ୍ପ ଓ ଉପନ୍ୟାସ ରଚନା କରିଛନ୍ତି, ସେଥିରେ ଓଡ଼ିଆ ଜାତିର ମର୍ମକଥା ପ୍ରକାଶିତ ହୋଇଛି । ଅସଂଖ୍ୟ ଢଗଢ଼ଗମାଳି ଓ ଲାଳିକା ସହିତ ତାଙ୍କର ହାସ୍ୟ ଓ ବ୍ୟଙ୍ଗ ପାଠକ ପ୍ରାଣକୁ ରସାବିଷ୍ଟ କରିଥାଏ । ଗ୍ରାମ ମହାଜନ, ଧନୀ ଜମିଦାର, କୋର୍ଟ କଚେରୀର ମାଜିଷ୍ଟ୍ରେଟ୍ ଓ ଓକିଲଠାରୁ ଆରମ୍ଭ କରି ଗ୍ରାମ୍ୟ ଜୀବନର ଦରିଦ୍ର ତନ୍ତୀ ପରିବାରର ସାରିଆ, ଭଗିଆ, ଗୋବିନ୍ଦା ବାରିକ, ହରିବୋଲିଆ ବାରିକ, ଗେହ୍ନେଇ, ନାକଫୋଡ଼ିଆ ମା, ଚିତ୍ରକଳା, ଶ୍ୟାମ ଶାମଲ, ଖୋଦା ବସ, ନବି ବସ ଭଳି ନିମ୍ନବର୍ଗର ଚରିତ୍ରମାନଙ୍କୁ ଆଣି ନିଜ ଉପନ୍ୟାସରେ ସ୍ଥାନ ଦେଇଛନ୍ତି । ରେବତୀ, ଡାକ ମୁନ୍ସି ଓ ରାଣ୍ଡିପୁଅ ଅନନ୍ତା ଭଳି ଚରିତ୍ରଗୁଡ଼ିକ ଯେତିକି ବାସ୍ତବ, ସେତିକି ଜୀବନ୍ତ । ଫକୀରମୋହନଙ୍କର ହାସ୍ୟ ବ୍ୟଙ୍ଗଭରା ସମାଲୋଚନା ଧର୍ମତା ପାଠକମାନଙ୍କୁ ବେଶ୍ ଆମୋଦିତ କରିଥାଏ । ତାଙ୍କର ପ୍ରତ୍ୟେକଟି କାହାଣୀଟି ହେଉଛି ଶିକ୍ଷାପ୍ରଦ । ଅଧର୍ମ ବିତ୍ତ ବଢ଼େଇ ବହୁତ, ଗଲାବେଳେ ଯାଏ ମୂଳ ସହିତ’ ଏହି ଚିରନ୍ତନ ସତ୍ୟଟି ତାଙ୍କ ମାମୁ' ଓ 'ଛମାଣ ଆଠଗୁଣ୍ଠ ଉପନ୍ୟାସରେ ପ୍ରଚାରିତ ହୋଇଛି । ଅଧକାଂଶ ଗଳ୍ପ ଓ ଉପନ୍ୟାସରେ ସେ ଅନ୍ୟାୟ ଓ ଅବିଚାର ବିରୋଧରେ ସ୍ୱର ଉତ୍ତୋଳନ କରିଛନ୍ତି ।
ଫକୀରମୋହନଙ୍କୁ ମୁଁ ମୋର ପ୍ରିୟ ଲେଖକ ଭାବରେ ଗ୍ରହଣ କରିବାର ଅନ୍ୟତମ କାରଣ ହେଉଛି, ସେ ଓଡ଼ିଆ ଭାଷା ଆନ୍ଦୋଳନ ସମୟରେ ଜଣେ ସଂଗ୍ରାମୀ ଯୋଦ୍ଧା ଭାବରେ ଲେଖନୀ ଧାରଣ କରି ସେଥିରେ ଜୟଯୁକ୍ତ ହୋଇଥିଲେ । ବଙ୍ଗଳା ଉପନ୍ୟାସ ଖଣ୍ଡିଏ ପାଠକଲାବେଳେ ସେ ଓଡ଼ିଆ କଥା ସାହିତ୍ୟର ଦାରିଦ୍ର୍ୟ ବିଷୟରେ ଚିନ୍ତାକରି ପ୍ରାଣରେ ଦାରୁଣ ବ୍ୟଥା ଅନୁଭବ କରୁଥିଲେ । ସେଥିପାଇଁ ସେ ଲେଖନୀ ଚାଳନା କରି ଚାରିଟି ଉପନ୍ୟାସ ସହିତ ଅନେକ ଗଳ୍ପ ରଚନା କରିଥିଲେ ।
ଆଧୁନିକ ଇଂରାଜୀ ଶିକ୍ଷାର ଆଦିକାଳରେ ଓଡ଼ିଆ ଭାଷାରେ ସ୍କୁଲ ଉପଯୋଗୀ ପାଠ୍ୟପୁସ୍ତକର ଘୋର ଅଭାବ ଥିଲା । ସେଥିପାଇଁ ବଙ୍ଗଳାରୁ ଅନୁଦିତ ପାଠ୍ୟପୁସ୍ତକ ଓଡ଼ିଶାରେ ପ୍ରଚଳିତ ଥିଲା । ଏଇ ଅଭାବକୁ ଯତ୍ ସାମାନ୍ୟ ଦୂର କରିବା ନିମନ୍ତେ ଫକୀରମୋହନ ଅଙ୍କ ପୁସ୍ତକ ଓ ଭାରତବର୍ଷର ଇତିହାସ ନାମରେ କେତେଖଣ୍ଡ ପାଠ୍ୟପୁସ୍ତକ ରଚନା କରିଥିଲେ । ଓଡ଼ିଆ ଭାଷାର ସଙ୍କଟ କାଳରେ ସେ ଯେଭଳି ସେନାପତି ସାଜି ଆମର ସ୍ୱତନ୍ତ୍ର ଓ ସ୍ବାଭିମାନ ରକ୍ଷା ଦିଗରେ ସଂଗ୍ରାମ କରିଥିଲେ, ସେଥିପାଇଁ ସେ ଆମ ସମସ୍ତଙ୍କର ନମସ୍ୟ ଅଟନ୍ତି ।
ସାହିତ୍ୟ କ୍ଷେତ୍ରରେ ସେ ହେଉଛନ୍ତି ଜଣେ ଜାତାୟବାଦୀ ବାର । ଇଂରେଜ ଶାସନକୁ ସେ ବିରୋଧ କରି 'ଅବସର ବାସରେ’ କବିତା ପୁସ୍ତକରେ ଲେଖୁଛନ୍ତି
"ଓଳି ତଳେ ଲୁଣ କୋଟିଏ ମହଣ
ଥାଉଁ ମୋହ କଥା ଶୁଣ
ବୋଇଲେ କି ହେବ ଖାଇବାକୁ ହେବ ।
ଲିଭରପୁରରୁ ଲୁଣ
ମାଷ୍ଟର ତନ୍ତୀ ଲୁଗା ବୁଣୁଛନ୍ତି
ତୁମ୍ଭମାନଙ୍କ ସକାଶେ
ବୁଡୁ ତନ୍ତୀବଂଶ ହେଉ ସର୍ବନାଶ
ଯାଉନ୍ତୁ ସେ ବନବାସେ।”
ଫକୀରମୋହନ ଥିଲେ ଜାତିପ୍ରେମୀ, ଭାଷାପ୍ରେମୀ, ଶିକ୍ଷାପ୍ରେମୀ, ସାହିତ୍ୟପ୍ରେମୀ ଓ ସ୍ଵାଭିମାନୀ । ନିଜ ଉଦ୍ୟମରେ ବହୁ ଶ୍ରମ ସ୍ୱୀକାର କରି ବାଲେଶ୍ଵରଠାରେ ସେ ପ୍ରଥମ କରି ଗୋଟିଏ ଛାପାଖାନା ସ୍ଥାପନ ରିଥିଲେ । ଏଠାରୁ ସେ ‘ସମ୍ବାଦ ବାହିକା’ ନାମରେ ଗୋଟିଏ ସାପ୍ତାହିକ ସମ୍ବାଦପତ୍ର ପ୍ରକାଶ କରୁଥିଲେ । କୌଣସି ବ୍ୟବସାୟିକ ଲାଭ ଅଭିପ୍ରାୟ ନ ରଖ୍ କେବଳ ମାତୃଭୂମି ଓ ମାତୃଭାଷାର ସେବା ଉଦ୍ଦେଶ୍ୟରେ ସେ ଆପଣାକୁ ନିୟୋଜିତ କରିଥିଲେ । ଏଭଳି ଦେଶପ୍ରେମୀ, ନିଃସ୍ୱାର୍ଥପର ସାହିତ୍ୟ ସାଧକ କମ୍ ଦେଖୁବାକୁ ମିଳନ୍ତି ।
ଶେଷକଥା : ଫକୀରମୋହନ କେବଳ ଜଣେ ସାହିତ୍ୟକ ଭାବରେ ଆମମାନଙ୍କର ପ୍ରିୟ ନୁହନ୍ତି, ତାଙ୍କର ସ୍ପଷ୍ଟବାଦିତା, ସଂସ୍କାର ପ୍ରୟାସ, ମାନବବାଦୀ ଦୃଷ୍ଟିକୋଣ, ଜାତୀୟବାଦୀ ମନୋଭାବ, ସ୍ବାଭିମାନ ଇତ୍ୟାଦି କୃଚିତ ଲେଖକଙ୍କଠାରେ ପରିଦୃଷ୍ଟ ହୁଏ । ପାଠକମାନଙ୍କୁ ହସେଇ ରସେଇ ସେ ଯେଭଳି ସେମାନଙ୍କର ପ୍ରାଣକୁ ରସାୟୁତ କରିଛନ୍ତି, ନୀତିହୀନ, ଭ୍ରଷ୍ଟ ଓ ଦୁଷ୍ଟ ଲୋକମାନଙ୍କୁ ସେଇ ଭଳି ସମାଲୋଚନାର ଶାଣିତ ତରବାରୀରେ କ୍ଷତାକ୍ତ ଓ ରକ୍ତାକ୍ତ କରିଛନ୍ତି । ବ୍ୟକ୍ତିତ୍ବ, ବିଚକ୍ଷଣତା ଓ ସାହିତ୍ୟିକ ପ୍ରତିଭାର ଏକ ସୁନ୍ଦର ଓ ସମନ୍ବିତ ପୁରୁଷ ସ୍ବର୍ଗତ ଫକୀରମୋହନଙ୍କର ଉଦ୍ଦେଶ୍ୟରେ ମୋର ପ୍ରଣାମ ଜଣାଉଛି ।
COMMENTS