Monday, 8 February 2021

Odia Essay on "Military Education in Student Life", "ଛାତ୍ର ଜୀବନରେ ସାମରିକ ଶିକ୍ଷା ରଚନା" for Students

Essay on Military Education in Student Life in Odia Language: In this article "ଛାତ୍ର ଜୀବନରେ ସାମରିକ ଶିକ୍ଷା ରଚନା", "Samrik Shiksha Essay in Odia for students of class 5, 6, 7, 8, 9, and 10.

Odia Essay on "Military Education in Student Life", "ଛାତ୍ର ଜୀବନରେ ସାମରିକ ଶିକ୍ଷା ରଚନା" for Students

ଉପକ୍ରମ : ଆତ୍ମରକ୍ଷା, ଆମ୍ବସମ୍ପ୍ରସାରଣ ଏବଂ ଜୈବ ପ୍ରେରଣାରେ ଉଦ୍‌ବୁଦ୍ଧ ମାନବ ଯୁଗେ ଯୁଗେ ଯୁଦ୍ଧାଭିଯାନ ଦ୍ବାରା ଧରାବକ୍ଷକୁ ନରରକ୍ତରେ ରଞ୍ଜିତ କରିଆସିଛି । ସଭ୍ୟତାର ବିକାଶ ସଙ୍ଗେ ସଙ୍ଗେ ଏହି ମାନବ ଶିଶୁର ରକ୍ତଲୋଲୁପତା ପ୍ରଶମିତ ହେବା ପରିବର୍ତ୍ତେ ବରଂ ଆଜି ବହୁ ପରିମାଣରେ ବୃଦ୍ଧି ପାଇଛି । ସେହି କାରଣରୁ ଏବେ ଚତୁର୍ଦ୍ଦିଗର ରଣହୁକାର, ସଗର୍ବ ସାମରିକ ଥାଟ ସଜା, ପ୍ରତିକଥାରେ ଶକ୍ତିର ଆସ୍ତାଳନ ଓ ରାଜନୀତିକ ଶୀତଳ ସଂଗ୍ରାମ । ଫଳତଃ ଛାତ୍ରଜୀବନରେ ସାମରିକ ଶିକ୍ଷା ଏକ ପ୍ରାସଙ୍ଗିକ ବ୍ୟାପାର ହୋଇ ପଡ଼ିଛି ।

ପ୍ରାଚୀନ କାଳରେ ସାମରିକ ଶିକ୍ଷା: ଆଜିର କ୍ରାନ୍ତିକାରୀ ଏକବିଂଶ ଶତାବ୍ଦୀର ରଥଚକ୍ର ତଳେ ବିଗତ ଭାରତର ସାମାଜିକ ବ୍ୟବସ୍ଥା ଚୂର୍ଣ୍ଣ ବିଚୂର୍ଣ୍ଣ ହୋଇଯାଇଛି । ବର୍ଷାଶ୍ରମ ବ୍ୟବସ୍ଥା ଅନୁଯାୟୀ ସାମରିକ ଶିକ୍ଷାକାର ଅତୀତରେ କେବଳ ରାଜପୁତ୍ର ଏବଂ କ୍ଷତ୍ରିୟମାନଙ୍କ ମଧ୍ୟରେ ସୀମିତ ଥିଲା । ତାହା ହୋଇ ନଥିଲେ ନୀଚକୂଳସମ୍ମତ ଉପେକ୍ଷିତ ଶବର ବାଳକ ଏକଲବ୍ୟର କାହାଣୀ ଆଜି ଆଚାର୍ଯ୍ୟ ଦ୍ରୋଣଙ୍କ ଚରିତ୍ରରେ କଳଙ୍କ ଲେପନ କରିବା ସଙ୍ଗେ ସଙ୍ଗେ ସେଇ ବିଦ୍ୟାନୁରାଗୀ ଶବର ବାଳକ ପ୍ରତି ସହାନୁଭୂତିର ଧାର ଉଛୁଳ ହୋଇ ଉଠିନଥାନ୍ତା । ଅତୀତରେ ରାଜକୁମାର ତଥା କ୍ଷତ୍ରିୟମାନଙ୍କ ମଧ୍ୟରେ ସୈନିକ ଶିକ୍ଷା କେବଳ ଏକ ଆବଶ୍ୟକତା ନ ଥିଲା, ତାହା ଥିଲା ଅପରିହାର୍ଯ୍ୟ ।

ସ୍ବତନ୍ତ୍ର ଭାବରେ ନିଯୁକ୍ତ ଅଧକ୍ଷ ବା ଆଚାର୍ଯ୍ୟମାନଙ୍କ ତତ୍ତ୍ଵାବଧାନରେ ଯୋଦ୍ଧାମାନେ ସେତେବେଳେ ସାମରିକ ଶିକ୍ଷା ଲାଭ କରୁଥିଲେ । ଇତିହାସର ପୃଷ୍ଠା ଉନ୍ମୋଚନ କଲେ ଜଣାଯାଏ ଯେ, ମୌର୍ଯ୍ୟଯୁଗରେ ନାଳନ୍ଦା ଓ ତକ୍ଷଶିକ୍ଷା ବିଶ୍ୱବିଦ୍ୟାଳୟର ଶିକ୍ଷା ବ୍ୟବସ୍ଥାରେ ସାମରିକ ଶିକ୍ଷାକୁ ଅନ୍ତର୍ଭୁକ୍ତ କରାଯାଇଥିଲା । ଆଧୁନିକ ଯୁଗ ଭଳି ଭୟଙ୍କର ପରମାଣୁ ମାରଣାସ୍ତ୍ରର ଆତଙ୍କରେ ସେତେବେଳର ସମାଜ ଅବଶ୍ୟ ଆତଙ୍କିତ ହୋଇ ‘ତ୍ରାହି ଶିବ’ ବୋଲି ଚିତ୍କାର କରୁ ନ ଥିଲା । ତଥାପି ମହାଭାରତର ଅନୁପମ ଯୋଦ୍ଧା ବୀର ଅର୍ଜୁନ ଏବଂ ରାମାୟଣ ଯୁଗର ବୀରଶ୍ରେଷ୍ଠ ରାମଚନ୍ଦ୍ର ସାମାନ୍ୟ ଖଣ୍ଡ ଧନୁର ଉଘୋଷରେ ପୃଥିବୀ ବକ୍ଷରେ ଶିହରଣ ସୃଷ୍ଟି କରି ପାରୁଥିଲେ ।

ଆଧୁନିକ କାଳରେ ସାମରିକ ଶିକ୍ଷାର ଆବଶ୍ୟକତା : ଧନୁ, ତୀର, ତରବାରିର ଯୁଗ ଏବେ ଅତିକ୍ରାନ୍ତ ହୋଇ ଯାଇଛି । ଦ୍ୱିତୀୟ ମହାଯୁଦ୍ଧରେ ଜଳ, ସ୍ଥଳ ଓ ଆକାଶପଥରେ ଯେଭଳି ମାରଣାସ୍ତ୍ରର ତାଣ୍ଡବଲୀଳା ସୃଷ୍ଟି ହେଲା, ସେଭଳି ବୀରତ୍ସ ଓ ଭୟାବହ ପଶ୍ବାଚାର ସହଜରେ କଳ୍ପନା କରି ହୁଏନାହିଁ । ସାମ୍ପ୍ରତିକ ଯୁଦ୍ଧବିଜ୍ଞାନ ସମ୍ମୁଖରେ ଲଙ୍କା, କୁରୁକ୍ଷେତ୍ର ଏବଂ ବ୍ରୟର ରଣକୌଶଳ ନିଷ୍ପ୍ରଭ ହେ ପଡିଛି; ତେଣୁ ପରିବର୍ତ୍ତିତ ସାମରିକ ଶିକ୍ଷାପଦ୍ଧତି ରାସାୟନିକ, ବୈଦ୍ୟୁତିକ ଓ ପାରମାଣବିକ ଶକ୍ତି ପ୍ରୟୋଗ ଫଳରେ ଚରମତାରେ ପର୍ଯ୍ୟବସିତ ହୋଇଛି । ପରମାଣୁ ବୋମାର ଆବିଷ୍କାର ଏବଂ ପୁଂସାତ୍ମକ ମନୋବୃତ୍ତି ଦ୍ଵାରା ଆଜି ଏହି ଅମ୍ଭ ସୃଷ୍ଟିର ସ୍ଥିତି ପ୍ରତିନିୟତ ସଙ୍କଟାପନ୍ନ ।

ଆଧ୍ୟାତ୍ମିକ ଭୂମି ଭାରତ ତା’ର ବୈରାଗ୍ୟପୂର୍ଣ୍ଣ ଜୀବନ, ତ୍ୟାଗ, ତପସ୍ୟା, ବଳିଦାନ ତଥା ଶାନ୍ତି ଏବଂ ମୈତ୍ରୀ ଚିନ୍ତାରେ ଚିରୋନ୍ତିତ ହୋଇ ବିଶ୍ୱ ବକ୍ଷରେ ଗୌରବମୟ ସ୍ଥାନ ଅଧୁକାର କରିଥିଲା । ଭାରତୀୟ ମନୀଷୀଙ୍କ ଦୃଷ୍ଟିରେ ଭୌତିକବାଦ ଏକ ହେୟ ଏବଂ ତୁଛି ବ୍ୟାପାର । ଆମ୍ବିକ ଶକ୍ତି ସମ୍ମୁଖରେ ଶାରୀରିକ ଶକ୍ତି ଅତ୍ୟନ୍ତ ଶୀର୍ଷ ଏବଂ ନଗଣ୍ୟ । ବ୍ରହ୍ମ ସତ୍ୟ ଜଗନ୍ମିଥ୍ୟ’, ‘ଅହିଂସା ପରମୋଧର୍ମ', 'ଯତୋର୍ଧମୀ ସ୍ତତୋଜୟୀ’ ଇତ୍ୟାଦି ପବିତ୍ର ବାକ୍ୟଗୁଡ଼ିକ ଭାରତୀୟ ଆର୍ଯ୍ୟଧର୍ମର ମର୍ମବାଣୀ । ତଥାପି କେତେକଙ୍କ ବିଚାରରେ ବୁଦ୍ଧଙ୍କର ଅହିଂସା ବାଣୀ ଓ ଶ୍ରୀଚୈତନ୍ୟଙ୍କର ପ୍ରେମମନ୍ତ ଭାରତର କ୍ରାନ୍ତି ଶକ୍ତିର ଅପମୃତ୍ୟୁ ଘଟାଇ ତାହାକୁ ଦାସତ୍ବର ଶୂଳରେ ଆବଦ୍ଧ କରିବାରେ ନିୟାମକ ହୋଇଛି । ଭାରତର ବିପୁଳ ଐଶ୍ୱର୍ଯ୍ୟ ଓ ସମ୍ପଦର ଲୋଭକୁ ସମ୍ବରଣ କରି ନପାରି ଅତୀତରେ ବହୁ ବୈଦେଶିକ ତଥା ବିଧର୍ମୀ, ବିଜାତୀୟ ଶତ୍ର ତାହା ଉପରେ ଆକ୍ରମଣ କରିଛନ୍ତି । ଇତିହାସର ଏହି ପ୍ଲାନିମୟ କାହାଣୀରୁ ମୁକ୍ତ ହେବା ନିମନ୍ତେ ଆଧୁନିକ ବିଜ୍ଞାନସମ୍ମତ ସାମରିକ ଶକ୍ତିର ଆଶ୍ରୟ ନେବା ବ୍ୟତୀତ ଆମର ଗତ୍ୟନ୍ତର ନାହିଁ । ଆଧୁନିକ ବିଶ୍ଵ ଜଟିଳ ରାଜୀନତିରେ ଜର୍ଜରିତ । ଆମ୍ବ ସଂପ୍ରସାରଣ ପାଇଁ ନୁହେଁ କିମ୍ବା ଅନ୍ୟ ଦେଶ ଉପରେ ପ୍ରଭୁତ୍ବ ବିସ୍ତାର ନିମନ୍ତେ ନୁହେଁ, ବରଂ ଆତ୍ମରକ୍ଷା ପାଇଁ ଏବଂ ଦେଶର ପ୍ରାଚୀନ ସଂସ୍କୃତି ଓ ଦେଶବାସୀଙ୍କ ଧନ ଜୀବନର ସୁରକ୍ଷା ନିମନ୍ତେ ପ୍ରତିରକ୍ଷା ଶକ୍ତିକୁ ଦୃଢ଼ୀଭୂତ କରାଯିବା ନିହାତି ଆବଶ୍ୟକ ମନେହୁଏ । ପ୍ରତିବେଶୀ ଚୀନ ଏବଂ ପାକିସ୍ତାନ ସହିତ ଏକାଧିକବାର ସଂଗ୍ରାମରୁ ଏହା ପ୍ରମାଣିତ ହୋଇଅଛି । ସ୍ୱାଧୀନତା ପୁଷକୁ ଚିର ଅମ୍ମାନ ରଖୁବା ନିମନ୍ତେ ବାଧ୍ୟତାମୂଳକ ସାମରିକ ଶିକ୍ଷାର ପ୍ରଚଳନ ଏ ଦେଶରେ ଅବଶ୍ୟ କାମ୍ୟ ।

ଧର୍ମଯୁଗର ଅବସାନ ଘଟି ଆଜି ଏକ ହିଂସାବିଷୁବ, ଯୁଦ୍ଧତ୍ରସ୍ତ ଅସ୍ଥିର ଓ ଅନିଶ୍ଚିତ ସମୟ ଉପସ୍ଥିତ ହୋଇଛି । ସାମରିକବାଦ ପୃଥିବୀରୁ ଅବଲୁପ୍ତ ହେବ ଏବଂ ଅହିଂସାର ଉଚ୍ଛଳ ଜ୍ୟୋତି ସମ୍ମୁଖରେ ହିଂସା ପ୍ଲାନତା ସ୍ବୀକାର କରିବ, ଏଭଳି ଚିନ୍ତା ଆଜି ସୁଦୂରପରାହତ । ସେଇଭଳି ଯୁଗାବତାରମାନଙ୍କର ବିଶ୍ଵର ମଙ୍ଗଳ ସ୍ଵପ୍ନ, ପ୍ରେମ, ମୈତ୍ରୀ ଓ ଅହିଂସାର ବାଣୀ ରାତ୍ରି ଶେଷର ସୂର୍ଯ୍ୟୋଦୟ ଭଳି ଉଜ୍ବଳ ଆଲୋକରେ ଉଦ୍ଭାସିତ ହୋଇ ଉଠିବ ଏବଂ ଏହି ବିକ୍ଷୁବଧ ବିଶ୍ୱ ନୀଚତାର ଅନ୍ଧକାର ଓ ସ୍ଵାର୍ଥଚିନ୍ତାର ପିଶାଚିକ ପ୍ରବୃଭିରୁ ନିଶୃତି ପାଇ ସ୍ଵର୍ଗରାଜ୍ୟରେ ପରିଣତ ହେବ, ସେ ଚିନ୍ତା ଆଜି ଆକାଶକୁସୁମ ସଦୃଶ । ଭାରତ ଭୂମିରେ ଏବେ ମଧ୍ୟ ଅହିଂସା, ଦୟା, କ୍ଷମା ଇତ୍ୟାଦି ଗୁଣଗୁଡ଼ିକୁ ଜାତୀୟ ଆଦର୍ଶ ବୋଲି ବିଚାର କରାଯାଉଛି । ସେଥିପାଇଁ ୧୯୯୮ ମସିହାରେ ବାଜପେୟୀ ସରକାର ପୋଖରାନଠାରେ ପରମାଣୁ ବୋମା ପରୀକ୍ଷା କରିବା ଘଟଣାକୁ କେତେକ ଶାନ୍ତିପ୍ରିୟ, ନୀତିବାଦୀ ବ୍ୟକ୍ତି ନିନ୍ଦାକରି ବୁଦ୍ଧ କାନ୍ଦୁଛନ୍ତି ବୋଲି କହି କ୍ଷୋଭ ପ୍ରକାଶ କରିଥିଲେ । ହେଲେ ମଧ୍ୟ ବିଶ୍ବରୁ ଜଟିଳ ଏବଂ ସଂଘର୍ଷମୟ ବାତାବରଣ ମଧ୍ୟରେ ନିଜର ସ୍ଥିତି ସୁଦୃଢ଼ କରିବାକୁ ଏବଂ ସୀମାନ୍ତ ଶତ୍ରୁମାନଙ୍କ ଆକ୍ରମଣରୁ ଅଖଣ୍ଡ ଭାରତର ମହାମୂଲ୍ୟ ସ୍ଵାଧୀନତାକୁ ଅକ୍ଷୁର୍ଣ୍ଣ ରଖିବାକୁ କେବଳ ପରମାଣୁ ପ୍ରଚେଷ୍ଟା ନୁହେଁ, ଭାରତର ପ୍ରତ୍ୟେକ ନାଗରିକଙ୍କ ପାଇଁ ସାମରିକ ଶିକ୍ଷା ଅପରିହାର୍ଯ୍ୟ ବୋଲି ବିଚାର କରାଯାଏ ।

“ବୀରଭୋଗ୍ୟ ବସୁନ୍ଧରା’ ପ୍ରବଚନଟି ପ୍ରତି ଯୁଗରେ, ପ୍ରତି କାଳରେ ସତ୍ୟରୂପେ ପ୍ରତିପାଦିତ ହୋଇଛି । ଦୁର୍ବଳକୁ ଗ୍ରାସକରି ଆପଣାର ଅପ୍ରତିହତ କ୍ଷମତାର ସଂପ୍ରସାରଣ ନିମନ୍ତେ ସବଳ ପାଇଁ ଯେପରି ସାମରିକ ଶକ୍ତିର ଅଭିବୃଦ୍ଧି ଆବଶ୍ୟକ, ସବଳର ଅଭିଯାନ କବଳରୁ ନିଜକୁ ମୁକ୍ତ ରଖି ଆପଣାର ସ୍ଥିତି ସାବ୍ୟସ୍ତ କରିବା ନିମନ୍ତେ ଦୁର୍ବଳ ପକ୍ଷରେ ମଧ୍ୟ ସାମରିକ ଶକ୍ତିର ସହାୟତା ସେହିଭଳି ଅପରିହାର୍ଯ୍ୟ । ତେଣୁ ବ୍ୟୟସାପେକ୍ଷ ହେଲେ ମଧ୍ୟ ରାଷ୍ଟ୍ରୀୟ କଲ୍ୟାଣ ତଥା ଜାତୀୟ ନିରାପତ୍ତା ଦୃଷ୍ଟିରୁ ଆଧୁନିକ ଯୁଗରେ ସାମରିକ ଶିକ୍ଷାର ଅନିବାର୍ଯ୍ୟତା ଅବଶ୍ୟ ସ୍ବୀକାର କରିବାକୁ ପଡ଼ିବ ।

ବ୍ୟକ୍ତିକଲ୍ୟାଣ ଦୃଷ୍ଟିରୁ ମଧ୍ୟ ସାମରିକ ଶିକ୍ଷାର ଉପଯୋଗିତାକୁ ହେୟଜ୍ଞାନ କରାଯାଇ ନ ପାରେ । ଭାରତରେ ଛାତ୍ରଛାତ୍ରୀ, ଯୁବକ ଯୁବତୀଙ୍କଠାରୁ ଆରମ୍ଭ କରି ତରୁଣମାନଙ୍କ ପର୍ଯ୍ୟନ୍ତ ସମସ୍ତଙ୍କଠାରେ ଏବେ ପ୍ରବଳ ଅନୁଶାସନହୀନତା ପରିଲକ୍ଷିତ ହେଉଛି । ନିୟମ ଏବଂ ଶୃଙ୍ଖଳାଜ୍ଞାନ ଅଭାବ ଯୋଗୁଁ ପ୍ରତ୍ୟେକର ଜୀବନଧାରା ଅତ୍ୟନ୍ତ ଅନିଶ୍ଚିତ, ଅନିୟମିତ ଓ ବିଶୃଙ୍ଖଳ ହୋଇ ପଡ଼ିଛି । ବିଶ୍ଵବିଦ୍ୟାଳୟ ପାଠ୍ୟକ୍ରମ ସହିତ ବାଧ୍ୟତାମୂଳକ ସୈନିକ ଶିକ୍ଷା ପ୍ରଦର୍ଶନ କରାଗଲେ ରାଷ୍ଟ୍ରର ନିରାପତ୍ତା ଶକ୍ତି ସୁଦୃଢ଼ ହେବା ସଙ୍ଗେ ସଙ୍ଗେ ଛାତ୍ରମାନଙ୍କର ଜୀବନ ଶୃଙ୍ଖଳିତ ହୋଇପାରିବ ।

ଜାତୀୟ ସମୟ ଶିକ୍ଷାର୍ଥୀ ବାହିନୀ : ୧୯୪୮ ମସିହାରେ ପାର୍ଲିଆମେଣ୍ଟରେ ଜାତୀୟ ସମର ଶିକ୍ଷାର୍ଥୀବାହିନୀ ଆଇନ (D.C.C) ଗୃହୀତ ହେବାପରେ ରାଜ୍ୟରେ ପ୍ରତ୍ୟେକ ସ୍କୁଲ ଓ କଲେଜମାନଙ୍କରେ ଯୁବକ ଯୁବତୀମାନଙ୍କୁ ସମର ଶିକ୍ଷା ଦିଆଯାଉଛି । ଶିକ୍ଷାର୍ଥୀମାନେ ମୁଖ୍ୟତଃ ୩ ଭାଗରେ ବିଭକ୍ତ । 1. Senior Cadet Corps, 2. Junior Cadet Corps. 3. Girls Cadet Corps । ଏମାନେ Army, Navy ଓ Air Wings, ଏହି ୩ଟି ଭାଗରେ ଶିକ୍ଷାଲାଭ କରନ୍ତି । ଦେଶରେ ବର୍ତ୍ତମାନ ୧୧ ଲକ୍ଷ ୬୦ ହଜାର ବାଳକ ବାଳିକା ସମର ଶିକ୍ଷାର୍ଥୀ ବାହିନୀରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ କେବଳ ବାଳିକାମାନଙ୍କର ସଂଖ୍ୟା ହେଉଛି ୬୨ ହଜାର ।

ଶେଷକଥା : ରାଷ୍ଟ୍ରୀୟ ପରିକଳ୍ପନା ଅନୁଯାୟୀ ୧୭ବର୍ଷରୁ ୩୫ ବର୍ଷ ବୟସ୍କ ଦୈହିକ ସୁଗଠିତ ବ୍ୟକ୍ତିକୁ କିଛି କିଛି ସମର ବିଦ୍ୟା ଆୟତ୍ତ କରିବାକୁ ହେବ । ବ୍ୟଷ୍ଟି ସହିତ ସମଷ୍ଟି ଓ ସମଷ୍ଟି ସହିତ ସଂହତିର ଏହିଭଳି ନିଗୁଢ଼ ଯୋଗାଯୋଗ ଓ ଐକ୍ୟ ସ୍ଥାପିତ ହେଲେ ଯୁବ ସଂପ୍ରଦାୟ ମଧ୍ୟରେ ନିୟମାନୁବତା, ଶୃଙ୍ଖଳାବୋଧ, ନିଭୀକତା, କର୍ତ୍ତବ୍ୟପରାୟଣତା, ସାହସ, ପୌରୁଷ ଏବଂ ଦାୟିତ୍ବବୋଧ ଜାଗ୍ରତ ହେବ । ରାଷ୍ଟ୍ରର ନିରାପତ୍ତାକୁ ଦୃଷ୍ଟିରେ ରଖ୍ କେବଳ ପ୍ରତିରକ୍ଷା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀମାନଙ୍କୁ ପ୍ରସ୍ତୁତ କରି ରଖୁବା ଯେ ସାମରିକ ଶିକ୍ଷାର ପ୍ରଧାନ ଅଭିପ୍ରାୟ ତାହା ନୁହେଁ, ଜୀବନରେ ପୂର୍ଣ୍ଣାଙ୍ଗ ଶିକ୍ଷାର ଏହା ହେଉଛି ଏକ ଅଂଶବିଶେଷ । ଭାରତୀୟ ସଂସ୍କୃତି ଅନୁଯାୟୀ ଜଣେ ଆଦର୍ଶ ନାଗରିକର ଚଉଷଠୀ ବିଦ୍ୟା ହାସଲ କରିବା ଉଚିତ୍ । ତନ୍ମଧରୁ ସାମରିକ ଶିକ୍ଷା ଅନ୍ୟତମ । ଏହା ଦ୍ୱାରା ସେମାନଙ୍କ ମଧ୍ୟରେ ଏକତା, ସଂହତି, ଜାତୀୟତାବୋଧ ଏବଂ ଧର୍ମନିରପେକ୍ଷ ଭାବନାର ବିକାଶ ଘଟିବ । ଧୈର୍ଯ୍ୟ, ସାହସ, ସହଯୋଗ, ସହନଶୀଳତା, ବନ୍ଧୁତା, ଶୃଙ୍ଖଳାବୋଧ, ସେବା ମନୋଭାବ ଇତ୍ୟାଦି ଶିକ୍ଷାକରି ଉତ୍ତର ଜୀବନରେ ସେମାନେ ଜଣେ ଜଣେ ଆଦର୍ଶ ନାଗରିକ ହୋଇପାରିବେ । ଏତଦ୍‌ବ୍ୟତୀତ ଦେଶର ଜରୁରୀ କାଳୀନ ପରିସ୍ଥିତିରେ ଯେ କୌଣସି ପ୍ରତିକୂଳ ପରିସ୍ଥିତିର ମୁକାବିଲା କରିବା ନିମନ୍ତେ ସେମାନେ ପ୍ରଥମେ ଅଣ୍ଟାଭିଡ଼ିବେ ବୋଲି ଆଶା କରାଯାଏ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: