Complaint Letter to Postmaser in Odia: In this article you will get ତୁମ ଗ୍ରାମ୍ ଢାକଘରେ ଦେଖା ଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ କରି ପ୍ରତିକାର ନିମନ୍ତେ କପକ୍ଷଙ୍କ ନିକଟକୁ ଏକ ଦରଖାସ୍ତ ଲେଖ । Dakghare nikataku patra odia
ଢାକଘରେ ନିକଟକୁ ଏକ ଦରଖାସ୍ତ ଲେଖ । Complaint Letter to Postmaser in Odia
ତୁମ ଗ୍ରାମ୍ ଢାକଘରେ ଦେଖା ଦେଇଥିବା ଅବ୍ୟବସ୍ଥା ସମ୍ପର୍କରେ ଅଭିଯୋଗ କରି ପ୍ରତିକାର ନିମନ୍ତେ କପକ୍ଷଙ୍କ ନିକଟକୁ ଏକ ଦରଖାସ୍ତ ଲେଖ ।
ମାନନୀୟ କଟକ ଡିଭିଜନ ଡାକ ବିଭାଗର ସିନିଅର ସୁପରିଟେଣ୍ଡେଣ୍ଟ
ମହୋଦୟ........... ...........ସମୀପେଷୁ ।
ମହାଶୟ,
ନିବେଦନ ଏହି କି ଆପଣଙ୍କ ଡିଭିଜନ ଅନ୍ତର୍ଗତ ବାଲିକୁଦା ସବ୍-ପୋଷ୍ଟ ଅଫିସ ଅଧୀନରେ ପାଟପୁର ଗ୍ରାମରେ ଆଜିକୁ ଚାରି ପାଞ୍ଚ ବର୍ଷ ହେବ ନୂତନ କରି ଏକ ଶାଖା ଡାକଘର ଖୋଲାଯାଇଛି । ଏହି ଡାକଘର ଉପରେ ଆଖ ପାଖର ପ୍ରାୟ ଦଶଖଣ୍ଡ ଗ୍ରାମର ଲୋକ ନିର୍ଭର କରନ୍ତି । ବିଶେଷକରି ଏହି ଅଞ୍ଚଳର ବହୁ ଲୋକ ଦୂର ସ୍ଥାନମାନଙ୍କରେ ଚାକିରି କରୁଥିବାରୁ ନିୟମିତ ଚିଠିପତ୍ର ଆଦାନପ୍ରଦାନ ସହିତ ମନିଅର୍ଡର ଯୋଗେ ଟଙ୍କା ଆସିଥାଏ । ଏଣୁ ସହିତ ଗୋଟିଏ ହାଇସ୍କୁଲ, ତିନୋଟି ଉଚ୍ଚ ପ୍ରାଥମିକ ସ୍କୁଲ ଓ ଛ’ସାତଟି ପ୍ରାଥମିକ ସ୍କୁଲ ଏହି ଡାକଘର ଅଧୀନରେ ଥିବାରୁ ସେମାନେ ମଧ୍ୟ ସରକାରୀ ଚିଠିପତ୍ର ଉପରେ ନିର୍ଭର କରିଥାଆନ୍ତି ।
କିନ୍ତୁ ଦୁଃଖର କଥା, ଏଇ ପୋଷ୍ଟ ଅଫିସ ନିୟମିତ ଖୋଲୁ ନାହିଁ । ଏଠାରେ ବହୁ ସମୟରେ କାର୍ଡ, ଲଫାପା ଇତ୍ୟାଦି ମିଳୁନାହିଁ । ସବୁଠାରୁ ଦୁଃଖର କଥା, ମନିଅର ବାବଦ ଟଙ୍କା ଗ୍ରାହକମାନେ ପାଇବାରେ ବହୁ ବିଳମ୍ବ ହେଉଛି । ପୋଷ୍ଟମାଷ୍ଟର ମହାଶୟଙ୍କୁ ଏ ବିଷୟରେ କହିଲେ ସେ ନିଜକୁ ନିରୁପାୟ ବୋଲି କହୁଛନ୍ତି । ଗ୍ରାମବାସୀଙ୍କ ତରଫରୁ । ଆମେମାନେ ଆପଣଙ୍କୁ ଏହି ଅନୁରୋଧ କରୁଛୁ ଯେ, ସଦୟ ହୋଇ ଏଥିପ୍ରତି ଉପଯୁକ୍ତ ଧାନ ଦେଲେ ଏବଂ ଅସୁବିଧାଗୁଡ଼ିକର ପ୍ରତିକାର କଲେ ଆମେମାନେ ଚିରୋପକୃତ ହେବୁ ।
। ଇତି ।
ଆପଣଙ୍କର ବିଶ୍ୱସ୍ତ
ଧନେଶ୍ବର ମହାନ୍ତି, ଚାରିଗାଁ
ନନ୍ଦକିଶୋର ପ୍ରତିହାରି, ପାଟପୁର
ଜୟରାମ ସାହୁ, ଉତ୍ତମପୁର
ନୟନା ନାୟକ, ସାତପଡ଼ା ।
ପ୍ରଭୃତି ଗ୍ରାମବାସୀ ବୃନ୍ଦ