Sunday, 24 January 2021

ଉତ୍କଳର ପଲ୍ଲୀ ପ୍ରକୃତିOdia Essay on "Village life of Utkala", "વિજયાદશમી વિશે નિબંધ" for Students

Essay on Village life of Utkala in Odia Language: In this article "ଉତ୍କଳର ପଲ୍ଲୀ ପ୍ରକୃତି" for students of class 5, 6, 7, 8, 9, and 10.

Odia Essay on "Village life of Utkala", "વિજયાદશમી વિશે નિબંધ" for Students

ଉପକ୍ରମ : ପଲ୍ଲୀପ୍ରାଣ ଉତ୍କଳର ରଙ୍ଗଶାଳା ଶ୍ୟାମଳ ପଲ୍ଲୀଭୂଇଁ ହେଉଛି ସୁଷମାର ଏକ ମଧୁଚକ୍ର । ତା’ର ଉଷା, ପ୍ରଦୋଷ, ଅମା, ଆଲୋକ ଓ ସବୁଜ ଲତାକୁଞ୍ଜ ମଧ୍ୟରେ ଝଟକି ଉଠେ ନିସର୍ଗ-ସୁନ୍ଦରୀର ଅନିନ୍ଦ୍ୟ ରୂପମାଧୁରୀ । ଋତୁ ପର୍ଯ୍ୟାୟରେ ପଲ୍ଲୀର କମ୍ର ବୁକୁ ଉପରେ ଚାଲେ ଷଡ଼ ଋତୁର ରାସଲୀଳା । ଉଦାସ ଗ୍ରୀଷ୍ଟ, କଜ୍ଜଳଲୋଚନା ରସମୟୀ ବର୍ଷା, କାଶହାସ୍ୟମୟୀ ପ୍ରଶାନ୍ତ ଶରତ, ହିମସ୍ତିଗଧ ହେମନ୍ତ, ଶୁଷ୍କ ନୀରସ ଶୀତ, ପୁଣି ଲୀଳାଚଳ ଋତୁରାଜ ବସନ୍ତ, ଗୋଟିଏ ପରେ ଗୋଟିଏ ଆସି ପଲ୍ଲୀ ବକ୍ଷରେ ନାଚି ନାଚି ଚାଲିଯାଆନ୍ତି । । ସବୁଜ ଓଢ଼ଣା ତଳେ ପଲ୍ଲୀରାଣୀ କେତେବେଳେ ହୁଏ କମ୍ର ଏବଂ କୋମଳ, କେତେବେଳେ ହୁଏ କର୍କଶ ଓ ଗମ୍ଭୀର ।

ଭିନ୍ନ ଭିନ୍ନ ଋତୁର ପଲ୍ଲୀର ଦୃଶ୍ୟ :

ନବବର୍ଷର ଅଭିନନ୍ଦନ ଘେନି ପୃଥିବୀ ବକ୍ଷରେ ଅବତରଣ କରେ ରୁଦ୍ର ସନ୍ୟାସୀ ଗ୍ରୀଷ୍ଟ । ତା’ର ଉଦାସୀନ ରୁକ୍ଷତା ପୁଷହୀନ ବନାନୀ ପ୍ରାଣରେ ବ୍ୟଥାର ଦୁର୍ଦମ ଆବେଗ ସୃଷ୍ଟିକରେ । ମଧାହୁର ନିର୍ଜନ ପ୍ରହରରେ ଝିଙ୍କାରୀ କର ସକରୁଣ ବିଳାପ ଧ୍ବନି ସତେ ଅବା ପଲ୍ଲୀର ଅନ୍ତର୍ବେଦନାକୁ ପ୍ରକାଶ କରେ । ତଥାପି ଏହି କାଳ ବୈଶାଖୀର ପ୍ରଚଣ୍ଡତା ମଧ୍ୟରେ ଆକାଶ । ବକ୍ଷରେ ଚାଲିଥାଏ ମେଦୁର ମେଘମାଳାର ସସ୍ନେହ ସୃଷ୍ଟି । ପକ୍‌ଫଳ ଭାରାନତ । ଆମୁକୁଞ୍ଜମାନଙ୍କରେ ପଲ୍ଲୀଶିଶୁଦଳ କ୍ରୀଡ଼ା ରଚନା କରନ୍ତି । ହେନା, ମଲ୍ଲି ଇତ୍ୟାଦି ପୁଷ୍ପର ମଧୁର ସୌରଭରେ ନିଶୀଥନୀର ଅନ୍ତିମ ପ୍ରହର ଆମୋଦିତ ହୁଏ ଏବଂ ତାହାରି ମଧ୍ୟରେ ତାପଜ୍ଜିଷ୍ଟା ବ୍ୟଥାତୁରା ଧରଣୀ ସତେ ଯେମିତି ଆଶ୍ବାସନା ଲାଭକରେ ।

ଏହାପରେ ଜଳଦଗମ୍ଭୀର ନାଦ ମଧ୍ୟରେ ଦିଗଙ୍ଗନାର ଘନକୃଷ୍ଣ ଅଞ୍ଚଳ ଉହାଡୁ ଆତ୍ମପ୍ରକାଶ କରେ ବର୍ଷା । ଆଦ୍ୟ ଆଷାଢ଼ର ବର୍ଷଣମୁଖର ମେଘର ଶାନ୍ତ ସଲିଳ ପ୍ରବାହରେ ସତେଯେପରି ଜଗତର ସବୁ ବ୍ୟଥା, ସବୁ କ୍ଳେଶ ଦୂର ହୋଇଯାଏ । ପଲ୍ଲୀର ନୀରସ ଧୂସରତା ଉପରେ

ଘନ ଶ୍ୟାମଳିମା ଆଛାଦିତ ହୁଏ । ରଙ୍ଗଣୀ କୁସୁମର ଅପୂର୍ବ ସମାରୋହରେ ସୃଷ୍ଟି ହୁଏ ଏକ । ମଧୁର ରଙ୍ଗୋତ୍ସବ । ନୀରସ ବନାନୀ ବର୍ଷାର ମୃଦୁ ଗୁଞ୍ଜନରେ ଗୁଞ୍ଜରିତ ହୋଇଉଠନ୍ତି । । ମାଟିର ମଣିଷ ସୃଷ୍ଟିର ନବୀନ ସ୍ବପ୍ନରେ ବିଭୋର ହୋଇଉଠେ । ନଦୀ, ନାଳ, ପୁଷ୍କରିଣୀମାନଙ୍କର ଅଙ୍ଗରେ ପ୍ରମ ଯୌବନର ଲାବଣ୍ୟ ଫୁଟି ଉଠେ । ପଲ୍ଲୀର ସେହି ଦ୍ବିଗଧ ଶ୍ୟାମଳ ପରିବେଶ ମଧ୍ୟରେ କିଆ, କେତକୀ, କଦମ୍ବ, ମାଳତୀ ପ୍ରଭୃତି କଳିକାଗୁଡ଼ିକ ବିକଶିତ ହୁଅନ୍ତି । ଗନ୍ଧବିହ୍ବଳ ଆମୋଦମତ୍ତ ମନ୍ଦବାୟୁ ପ୍ରାଣରେ ଅସୀମ ଶାନ୍ତି ପରିବେଷଣ କରେ । ଏତିକିବେଳେ ପଲ୍ଲୀ ଉପାନ୍ତର ଶ୍ୟାମଳ ତୃଣଶଯ୍ୟ ଉପରେ ରକ୍ତବର୍ଷର ସାଧବ ବୋହୁ କୀଟମାନଙ୍କର ଏକତ୍ର ସମେଳନର ଦୃଶ୍ୟ ଏକାନ୍ତ ଉପଭୋଗ୍ୟ ହୋଇଉଠେ । ଆକାଶ ବକ୍ଷରେ ଭକୁଟି ଉଠେ ସପ୍ତବର୍ଣ୍ଣର ବିଭା ଖେଳାଇ ଇନ୍ଦ୍ରଧନୁ । ପଲ୍ଲୀ ଶିଶୁମାନଙ୍କର କ୍ଷୀଣ ଜଳସ୍ରୋତରେ କାଗଜନାଆ ଭସାଇବାର ଦୃଶ୍ୟ ଅତୀତ ଉତ୍କଳର ବୋଇତଯାତ୍ରାର ମଧୁର ଦୃଶ୍ୟକୁ ସ୍ଵତି ପଟରେ ଜାଗ୍ରତ କରେ ।

ଏହିଭଳି ଭାବରେ ଅଜସ୍ର ଅବିରଳ ଧାରାବର୍ଷଣ ଶେଷର ବିକଶିତ ବନରାଜିଠାରୁ ବିଦାୟ ନିଏ ଉତ୍କଳର ବର୍ଷା ପ୍ରକୃତି । ଏହାପରେ ଆସେ ନିର୍ମଳକାନ୍ତି ପ୍ରଶାନ୍ତ ଶରତ । ସଜ ଶେଫାଳିରେ ଅଞ୍ଜୁଳିଭରି ମାତୃତ୍ବର ପୂର୍ଣ୍ଣ ଗୌରବରେ ସେ ବିକଶି ଉଠେ । ଜ୍ୟୋସ୍ମାସ୍ନାତ ରଜନୀରେ ଶରତସୁନ୍ଦରୀ ହସି ହସି ବିହ୍ବଳ ହୋଇ ନଦୀପଠାସ୍ଥିତ ଧବଳ କାଶବନରେ ଲୋଟିପଡ଼େ । ଗ୍ରାମସୀମାନେ ଶସ୍ୟ-ହୃଦର ତଟ ଦେଶରେ ଗୋଟି ଗୋଟି ହୋଇ ଅସୁମାରି ସବୁଜ ଢେଉ ଉଛୁଳି ପଡ଼େ । ଉପରେ ନିର୍ମେଘ ନୀଳ ଆକାଶର ପ୍ରଶାନ୍ତ ଛବି, ତଳେ ଦିଗନ୍ତବିସ୍ତାରୀ ସବୁଜ ଶସ୍ୟକ୍ଷେତ୍ର । ଆକାଶ ପୃଥିବୀର ଏହି ମଧୁର ମିଳନ ମଧ୍ୟରେ ସତେ ଯେମିତି ସ୍ତୁରିତ ହୁଏ ଅପୂର୍ବ ପ୍ରାଣଶକ୍ତି ।

ପକ୍ଳ ଧାନର ସ୍ଵବିଭା ମଧ୍ୟରେ ଅନ୍ନପୂର୍ଣ୍ଣା ହେମନ୍ତ-ଲକ୍ଷ୍ମୀ ଧରିତ୍ରୀ ବକ୍ଷକୁ ଓହ୍ଲାଇ ଆସନ୍ତି । ଏତିକିବେଳେ ଉତ୍କଳୀୟ ପଲ୍ଲୀବାସୀମାନେ ନିଜର ନିନ୍ଦିତ ହୃଦୟ କୁସୁମର ମାଲ୍ୟାର୍ପଣ କରି ତାଙ୍କର ପୂଜା ଅର୍ଚ୍ଚନା କରନ୍ତି । ଦିଗେ ଦିଗେ ଆନନ୍ଦ ଉତ୍ସବର କଳରୋଳ ଭରିଯାଏ ଓ ହେମନ୍ତର ପୂର୍ଣ୍ଣ ଯୌବନର ଦୀପ୍ତି ବିକଶିତ ହୁଏ । ପ୍ରଭାତୀ ଆଲୋକର ପ୍ରଥମ ସ୍ପର୍ଶ ପାଇ ଶ୍ୟାମଳ ଦୂର୍ବା ଶେଯରେ ଦୀପ୍ତିମାନ ଶିଶିର ବିନ୍ଦୁଗୁଡ଼ିକ ବିକ୍ଷିପ୍ତ ମୁକ୍ତାମାଳା ତୁଲ୍ୟ ଝଟକି ଉଠନ୍ତି ।

ହେମନ୍ତ ବିଦାୟ ନିଏ । ତା'ପରେ ଆସେ କରତୀ ଶୀତ ଋତୁର ନୀରବତା । ପାଣ୍ଡୁର ଧରଣୀ ଉପରେ ଦୂରନ୍ତ ଉତ୍ତର ବାୟୁ ଅବିରତ ପ୍ରବାହିତ ହୁଏ । କାଶବନର ମଧୁର ହାସ, ଶେଫାଳିର ପୁଲକିତ ଗନ୍ଧ କେଉଁଆଡ଼େ ବିଲୁପ୍ତ ହୋଇଯାଏ । ନଦୀ ପଠାରେ ସୁନାଫୁଲିଆ ସୋରିଷ କ୍ଷେତରେ ସୃଷ୍ଟି ହୁଏ ମଧୁବିପଣୀ । ମାଟିର ମଣିଷ ମାଟି ମାଆର ଶ୍ରେଷ୍ଠ ଆଶୀର୍ବାଦ ଗ୍ରହଣ କରେ । ପଲ୍ଲୀବଧୂ ଭକ୍ତିଭରା ହୃଦୟରେ ଲକ୍ଷ୍ମୀଙ୍କର ଆବାହନ କରି ସହର୍ଷରେ ମଙ୍ଗଳଗୀତି ଗାନ କରେ । ଶୁକ୍ଳ ଧାନ୍ୟରେ ମାଣ୍ୟ ସ୍ଥାପନ କରି ସେ ଗାଏ, “ସ୍ଵାଗତ ଲକ୍ଷ୍ମୀ ପଉଷ, ଘରେ ଘରେ ତୁମେ ଆଣିଛି ଅନ୍ନ ଆୟୁଷ ।”

ସମସ୍ତ ଜୀର୍ଣତାର ମୋହବନ୍ଧ ଛିନ୍ନକରି, ଅତୀତର ଯେତେ ଆବର୍ଜନା, ଲାଞ୍ଚନା ଇତ୍ୟାଦିର ସମାର୍ଜନା କରି ଶୀତ ଶେଷରେ ଆସେ ଋତୁରାଜ ବସନ୍ତ । ଉତ୍କଳୀୟ ପଲ୍ଲୀ ପ୍ରକୃତିର ରଙ୍ଗମହଲରେ ଆସେ ନୂତନ ରଙ୍ଗ । ଜଳ, ସ୍ଥଳ, ଆକାଶ ସବୁଠାରେ ଚାଲେ ସୌନ୍ଦର୍ଯ୍ୟର ପ୍ରତିଯୋଗିତା; ସବୁଠାରେ ହୁଏ ନବଜୀବନର ଆଲୋଡ଼ନ । ପୁଷିତ ପାଦପସମୂହ ମଧୁଲୋଭୀ ଉନ୍ମର ଭ୍ରମରମାନଙ୍କର ମୃଦୁ ଗୁଞ୍ଜନରେ ମୁଖରିତ ହୋଇଉଠେ । ପୁଷ୍କରିଣୀରେ ଶ୍ରେଣୀବଦ୍ଧ ହଂସମାନଙ୍କର ସନ୍ତରଣର ଶୋଭା କବି କଳ୍ପନାରେ ଏକ ରମଣୀର କଟି ଦେଶରେ ପରିହିତ ରୁପାର ସୂତାଭଳି ପ୍ରତୀୟମାନ ହୁଏ । ଏଭଳି ଏକ ରସମୟ ପରିବେଶକୁ ଲକ୍ଷ୍ୟ କରି ଅମର କବି କାଳିଦାସ ଥରେ ଗାଇଥିଲେ

“ଯଡ୍ରୋନ୍ମତ୍ତଭ୍ରମରମୁଖରା ପାଦପା ନିତ୍ୟପୁଷ୍ପ ଚ

ହଂସଶ୍ରେଣୀରଚିତରଶନା ନିତ୍ୟପତ୍କା ନଳିନ୍ୟ ।”

କୁଞ୍ଜ କୁଞ୍ଜ ମଧୁକର-ନିକରଙ୍କ ମୃଦୁ ଗୁଞ୍ଜନ । ଆମ୍ରକୁଞ୍ଜରୁ କୋକିଳର ମଧୁଶ୍ରାବୀ କଣ୍ଡର ପଞ୍ଚମ ତାନ ଜୀବନର ବହୁ ବିସ୍ତୃତ ଓ ଅତୃପ୍ତ ଅପୂର୍ଣ୍ଣତାକୁ ମନପଟରେ ଜାଗ୍ରତ କରେ । ପଲ୍ଲୀର କାନନ, କାନ୍ତାର, ବୃକ୍ଷଲତା ସବୁଠାରେ ନୂତନ ପୁଷ, ନୂତନ ପତ୍ର, ନବ ଜୀବନର ମାଧୁରୀ ଭରିଯାଏ । ନିସର୍ଗର ଏହି ରୂପମାୟା ମଧ୍ୟରେ ମାନବ ହୁଏ ତନ୍ମୟ, ଆମ୍ବବିହ୍ବଳ ।

ପଲ୍ଲୀର ଆଲୋକ ଓ ଅନ୍ଧକାର :

ଋତୁଚକ୍ରର ଏହି ଲୀଳାଭଙ୍ଗିଳ ଛବି ଭଳି ପଲ୍ଲୀବୁକୁରେ ଉଷା, ପ୍ରଦୋଷର ଚିରନ୍ତନୀ ରଙ୍ଗୋତ୍ସବ ଅତ୍ୟନ୍ତ କମନୀୟ । ରାତ୍ରି ଶେଷରେ ପ୍ରାଚୀ ଗଗନରେ ସିନ୍ଦୁର ଢେଉ ଖେଳାଇ ରକ୍ତରବି ଉଙ୍କିମାରେ । ଅନନ୍ତ ରଶ୍ଚିଧାରାର ମଧୁର ପ୍ଲାବନ ଧରା ଅଙ୍ଗରେ ରୋମାଞ୍ଚ ସୃଷ୍ଟିକରେ । ଉଷାର ମହୋତ୍ସବ ମଧ୍ୟରେ ମନପ୍ରାଣ ସ୍ୱତଃ ପୁଲକିତ ହୋଇଉଠେ । ଦିନାନ୍ତ ତପନ ଯେତେବେଳେ ବାରୁଣୀ ଆକାଶକୁ ରକ୍ତ ରଙ୍ଗରେ ରଞ୍ଜିତ କରି ବିଦାୟ ଘେନନ୍ତି, ସେତେବେଳେ ଦୂର ତାଳବନ ତଳେ ଗୋଷ୍ଠବାହୁଡ଼ା ଧେନୁପଲ ମଧ୍ୟରେ ମୂଚ୍ଛିତ ହୁଏ ବେଣୁର ମଧୁର ତାନ । ରନ୍ଧନଶାଳ ନିର୍ଗତ ଧୂମରାଶି ବିଲୀନ ହୁଏ ସାକ୍ଷ୍ୟ ଆକାଶ ବକ୍ଷରେ । ତା'ପରେ ରାତ୍ରି ଆସେ । ଶତ ତାରକା ମେଳରେ ବିଭାସିତ ହୁଏ ଚନ୍ଦ୍ରମା । ଧୂସର ଦିଗନ୍ତ ଛୁଇଁ ଜ୍ୟୋସ୍ନା ଧବଳ ଉତ୍ତରୀୟ ଲମ୍ବିଯାଏ । ଚନ୍ଦ୍ରିକାର ଏହି ଚନ୍ଦ୍ରଜାଲ ମଧ୍ୟରେ କବିପ୍ରାଣ ସ୍ୱତଃ ପରାଭବ ସ୍ବୀକାର କରି କହେ--

“ ଆହା କି ବିପୁଳ ଶୋଭା ଭାସେ ଆଖୁ ଆଗେ

କେମନ୍ତେ ବର୍ଣ୍ଣିବି ମୋର ମୁଗଧ ଅନୁଭବ ।

ଚକ୍ଷୁ ମୋର ଅନ୍ଧହୁଏ ଜୋଛନା-ପରାଗେ

ବାଣୀ ମୋର ନାହିଁ ଫୁଟେ, ମାନି ପରାଭବ ।”(ମାନସିଂହ)

ପୁନଶ୍ଚ କୃଷ୍ଣପକ୍ଷର ଚନ୍ଦ୍ରହୀନ ଆକାଶରେ ପ୍ରଦୀପ୍ତ ତାରକାପୁଞ୍ଜର ଦୃଶ୍ୟ ଅତ୍ୟନ୍ତ ମନୋରମ । କବି ଚକ୍ଷୁରେ ତାହା ନୀଳ ସରୋବର ଜଳରେ ବିକଶିତ ଶତଦଳର ଶୋଭା ସୃଷ୍ଟି କରେ । ସେ କଳ୍ପନା କରନ୍ତି

“ନଭ-ସରୋବର ଭରି ଅନ୍ଧକାର-ଜଳେ

ଫୁଟାଏ କେ ତାରା-ଶତଦଳ କୁତୂହଳେ

ରଜନୀ-ଦେଉଳେ ତାରା-ଦୀପାବଳୀ ଜାଳି

ପ୍ରକୃତି ପୁରୁଷ ପ୍ରେମ ବସିଛି କି ଭଳି ?” (କୁଞ୍ଜବିହାରୀ)

ସନ୍ଧ୍ୟାର ଆଗମନରେ ଯେତେବେଳେ ପ୍ରକୃତିର ରନ୍ଧ୍ର ରନ୍ଧ୍ର ଭରିଆସେ ନିବିଡ଼ ଅନ୍ଧକାର, ସେତେବେଳେ କର୍ମମୁଖର ପଲ୍ଲୀ ଗଭୀର ସୁଷୁପ୍ତ କୋଳରେ ଘୁମେଇ ପଡ଼େ । କ୍ଳାନ୍ତ ଜୀବନରେ ଶାନ୍ତି ଆସେ, ବେଦନାବ୍ୟଥିତ ପ୍ରାଣ ଉଶ୍ୱାସ ହୁଏ । ସେହି ନିରନ୍ଧ୍ର ଅନ୍ଧକାର ମଧ୍ୟରେ ଖଦ୍ୟୋତମଣ୍ଡଳୀ କ୍ଷୀଣ ଆଲୋକ ବିକୀର୍ଣ୍ଣ କରି ଧୀରେ ଧୀରେ ଉଡ଼ି ବୁଲନ୍ତି । ସେ ଦୃଶ୍ୟ ଏକାନ୍ତ ଉପଯୋଗୀ । ତେଣୁ ପଲ୍ଲୀ ପ୍ରକୃତିରେ ଆଲୋକର ମାୟାଜାଲ ଯେପରି ମନୋରମ, ଅନ୍ଧକାରର ଗମ୍ଭୀରତା ସେହିପରି ଚମତ୍କାର । ଯଥାର୍ଥ କବି ବାକ୍ୟରେ

“ଆଲୁଅ ତା’ର କି ମନୋହର

ଅନ୍ଧକାର ତା’ଠାରୁ ଭଲ ।

ଜୀବନପଥେ ସକଳ ତା’ର ଫିଟାଏ ନୂଆ ରାହାଟି ।”

(ସଚ୍ଚି ରାଉତରାୟ)

ମନୁଷ୍ୟ ଉପରେ ପଲ୍ଲୀ ପ୍ରକୃତିର ପ୍ରଭାବ :

ଉତ୍କଳୀୟ ପଲ୍ଲୀ ଜୀବନ ସରଳ, ନିରୀହ ଏବଂ ନିରାଡ଼ମ୍ବର । ପଲ୍ଲୀବାସୀମାନେ ମୁକ୍ତ ପ୍ରକୃତି କୋଳରେ ହସି ଖେଳି ଆନନ୍ଦ ବିଭୋର ଭାବେ ଜୀବନ ଅତିବାହିତ କରନ୍ତି । ବଣଭୂଇଁର ଶାଗୁଆ ଲତା ମଣିଷ କଣ୍ଡରେ ଭାଷା ଦିଏ, ପ୍ରସ୍ତୁଟିତ କଳିର ମଧୁର ସୁରଭି ତା’ ପ୍ରାଣରେ ଉଲ୍ଲାସ ଆଣେ ଏବଂ ତା’ର ରଙ୍ଗିନ ଆଭା ଓଷ୍ଠରେ ହାସ୍ୟ ଫୁଟାଏ । ବାସନ୍ତୀ ଉଷା, ପୌଷ ସନ୍ଧା ଏବଂ ଜ୍ୟୋସ୍ନା ବିମଳ ଶାରଦ ରଜନୀ ପୁଲକିତ ପ୍ରାଣରେ ଆହ୍ବାନ କରନ୍ତି କବି, ଭାବୁକ ଏବଂ ଦାର୍ଶନିକମାନଙ୍କୁ । ସୌନ୍ଦର୍ଯ୍ୟର ଚିର ପୂଜାରୀ ମାନବ ସେହି ଆହ୍ବାନକୁ ପ୍ରତ୍ୟାଖ୍ୟାନ କରିପାରେ ନାହିଁ । ସେ ବହିଃପ୍ରକୃତି ମଧ୍ୟରେ ପ୍ରାଣସଭାର ସନ୍ଧାନ କରି ମନୁଷ୍ୟ ଜୀବନ ସହିତ ସ୍ଥାପନ କରେ ତା'ର ଅଖଣ୍ଡ ଐକ୍ୟ । ପ୍ରାଣ ହୁଏ ତା'ର ଉଦାର, ପ୍ରକୃତିର ମହାବନ୍ଧନ ମଧ୍ୟରେ ସେ ବାନ୍ଧି ହୋଇ ଯାଇ 'ଭୂମା’ର ଜୟଗାନ କରେ ।

ଆଧୁନିକ ପଲ୍ଲୀର ଦୂରବସ୍ଥା :

ଆଜି କିନ୍ତୁ ପଲ୍ଲୀ ଜୀବନର ସେ ପୂର୍ବ ସୌରଭ ନାହିଁ । ଯନ୍ତ୍ର ସଭ୍ୟତାର ପ୍ରସାର ତଥା ନଗର ଜୀବନରେ ବିକାଶ ଫଳରେ ପଲ୍ଲୀ ହୋଇଛି ହେୟ ଏବଂ ଅବହେଳିତ । ଶରତର ମନୋହର ମାଧୁରୀ ହୋଇଛି କ୍ଷୟିଷ୍ଣୁ, ହେମନ୍ତର ସ୍ଵର୍ଣ୍ଣାଭ ଶସ୍ୟକ୍ଷେତ୍ର ହୋଇଛି ଶସ୍ୟଶୂନ୍ୟ । ପୁଣି ପ୍ରାବୃଟର କାର୍ପଣ୍ୟ ଆଣିଛି ଉତ୍କଳୀୟର ଭାଗ୍ୟ ବିଡ଼ମ୍ବନା । ପଲ୍ଲୀବଧୂର ସୁଗଧ ମଧୁର ପାଣି ବୋହିବାର ଛଇ, ଗୋଷ୍ଠବାହୁଡ଼ା ଧେନୁପଲ ସହିତ ଗୋପାଳ ପୁଅର ଧୀରମୂଚ୍ଛିତ ବେଣୁ, ପୁଣି ଗୁଡ଼ରନ୍ଧାର ଯୋଜନବ୍ୟାପୀ ସୁବାସ ସବୁ ଆଜି ହୋଇଛି ସ୍ବପ୍ନ । ଏଇ କଥାକୁ ସ୍ମରଣ କରାଇ ଦେଇ କବି କହିଛନ୍ତି -

“ମନେ ପଡୁନାହିଁ ତୋହରି ଗାଆଁର ଛଇଳ ଚପଳ ନଈ

ପଲ୍ଲୀବଧୂର ସୂଧ ମଧୁର ପାଣି ବୋହିବାର ଛଇ ।

ମନେ ପଡୁନାହିଁ ତାଳବନ ତଳେ ଗୋଷ୍ଠବିହାରୀ ଧେନୁ

ମନେ ପଡୁନାହିଁ ଗୋପାଳ ପୁଅର ଧୀର ମୂଚ୍ଛିତ ବେଣୁ ?” (ଗଡ଼ନାୟକ)

ଉପସଂହାର :

ପଲ୍ଲୀ ସହିତ ଥିବା ମାନବର ଯୁଗଯୁଗ ଆମ୍ଭୀୟତାର ବନ୍ଧନ ଆଜି ଶିଥିଳ ହୋଇଯାଇଛି । ଏତସହିତ ନାନାପ୍ରକାର ଅଭାବ ଅନଟନ ଏବଂ ସଂକୀର୍ଣ୍ଣ ରାଜନୈତିକ ସଂଘର୍ଷ ତା’ର ପ୍ରାଣର ସରସତାକୁ ନଷ୍ଟ କରିଦେଇଛି । ସେ ଆଜି ସହର ସଭ୍ୟତାର କୃତ୍ରିମ ଚାକଚକ୍ୟରେ ପ୍ରଲୁବ୍ଧ ହୋଇ ତାହାରି ଦିଗରେ ପତଙ୍ଗ ତୁଲ୍ୟ ଧାବମାନ । ତଥାପି ପଲ୍ଲୀବିମୁଖ ମାନବ ମାଟି ମାଆର ଚିରନ୍ତନ ମମତାକୁ ସବୁଦିନ ପାଇଁ ପାଶୋରି ଦେଇପାରିବ ନାହିଁ । ତାକୁ ଦିନେ ନା ଦିନେ ବାସ୍ତବତାକୁ ହୃଦୟଙ୍ଗମ କରିବାକୁ ପଡିବ ଏବଂ ତା’ର ଅବହେଳିତ ପଲ୍ଲୀ ଭୂଇଁକୁ ପୁଣି ଥରେ ନୂତନ ରଙ୍ଗରେ ଗଢ଼ିବାକୁ ହେବ ।


SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: