Sunday, 24 January 2021

Odia Essay on "Rainy Season", "ବର୍ଷା ଋତୁ ପ୍ରବନ୍ଧ" for Students

Essay on Rainy Season in Odia Language: In this article "ବର୍ଷା ଋତୁ ଉପରେ ଲେଖ", "ବର୍ଷା ଋତୁ ପ୍ରବନ୍ଧ" for students of class 5, 6, 7, 8, 9, and 10.

Odia Essay on "Rainy Season", "ବର୍ଷା ଋତୁ ପ୍ରବନ୍ଧ" for Students

ଉପକ୍ରମ : ରୂପମୟୀ ପ୍ରକୃତିର ରୂପସୀ କନ୍ୟା ପଲ୍ଲୀ । ଶ୍ୟାମଳ ଅବଗୁଣନ ତଳେ ତା’ର କମ୍ର, କୋମଳ ରୂପଲାବଣ୍ୟ ଯେ କୌଣସି କବି ଭାବୁକର ପ୍ରାଣକୁ ଆହ୍ମାହିତ କରିଥାଏ । ରତୁ ପର୍ଯ୍ୟାୟରେ ସେ ନାନାବର ଶ୍ରୀ ସଂପଦରେ ସୁମଣ୍ଡିତ ହୁଏ । ଗ୍ରୀଷ୍ମ, ବର୍ଷା, ଶରତ, ହେମନ୍ତ, ଶୀତ ଓ ବସନ୍ତ ଇତ୍ୟାଦି ଷଡ଼ଋତୁ ହେଉଛି ବିଧାତାର ଅପୂର୍ବ ସୃଷ୍ଟି । ଗୋଟିଏ। ପରେ ଗୋଟିଏ ସେମାନେ ପଲ୍ଲୀବୁକୁକୁ ଓହ୍ଲାଇ ଆସି ହସି-ଖେଳି, ନାଚିକୁଦି ଚାଲିଯାଆନ୍ତି । ସେମାନଙ୍କର ସ୍ପର୍ଶରେ ପଲ୍ଲୀରାଣୀ କେତେବେଳେ ହୁଏ ସରସ ଓ ସଜଳ, କେତେବେଳେ ହୁଏ ଉଦାସ ଓ ରୁକ୍ଷ, ପୁଣି କେତେବେଳେ ହୁଏ ଜୀବନର ଛଳଛଳ ଆବେଗରେ ଚଳଚଞ୍ଚଳ । ବର୍ଷାର ଆଗମନ :

ପ୍ରଖର ନିଦାଘରେ ତାପତ୍କୃଷ୍ଟ ଧରଣୀ ବ୍ୟଥାତୁର ପ୍ରାଣରେ ପ୍ରତୀକ୍ଷା କରି ରହିଥାଏ । ଗୋଟିଏ ବର୍ଷାବିନ୍ଦୁ ପାଇଁ । ଝିଙ୍କାରୀ କର ସକରୁଣ ବିଳାପ ମଧ୍ୟରେ ସତେ ଯେପରି ତା’ର ଅନ୍ତର୍ବେଦନା ପ୍ରକାଶିତ ହେଉଥାଏ । ଏତିକିବେଳେ ଆଦ୍ୟ ଆଷାଢ଼ର ଆକାଶତଳେ ଦିଗଙ୍ଗନାର ଅଞ୍ଚଳ ଉହାଡୁ ଆତ୍ମପ୍ରକାଶ କରେ ବର୍ଷା । ଈଶ୍ଵରଙ୍କର ଅଯାଚିତ ଆଶୀର୍ବାଦ ଭଳି ଝର ଝର ହୋଇ ଆକାଶ ବକ୍ଷରୁ ଝରିପଡ଼େ ଶୀତଳ ବାରିଧାରା । ଜଗତର ସବୁ ବ୍ୟଥା, ସବୁ କ୍ଳେଶ ସତେ ଯେମିତି ମୁହୂର୍ତ୍ତକ ମଧ୍ୟରେ ଅପସରି ଯାଏ । ଧରଣୀ ବକ୍ଷରେ ଖେଳିଯାଏ ନବଜୀବନର ଜୁଆର । ପଲ୍ଲୀର ଧୂସର ବକ୍ଷ ଉପରେ ଆଚ୍ଛାଦିତ ହୋଇଯାଏ। ନୂତନ ଶ୍ୟାମଳିମା । ପୁଷହୀନ ନିଷ୍ମାଣ ବନାନୀ ନବଜୀବନର ସର୍ଶ ପାଇ ଚଞ୍ଚଳ ହୋଇଉଠେ । ପଲ୍ଲୀର ଦୃଶ୍ୟ :

ପ୍ରକୃତି ରାଜ୍ୟରେ ବର୍ଷାଋତୁ ହେଉଛି କରୁଣାମୟ ଭଗବାନଙ୍କର ଏକ ଅପୂର୍ବ ସୃଷ୍ଟି । ଜଳ ହିଁ ହେଉଛି ଜଗତର ଜୀବନ । ଭଗବାନ ଜଳବର୍ଷଣ କରି ଜୀବଜନ୍ତୁ, ବୃକ୍ଷଲତା ସମସ୍ତଙ୍କୁ ପ୍ରତିପାଳିତ କରନ୍ତି । ଆଦ୍ୟ ଆଷାଢ଼ରେ ମେଘ ଡମ୍ବରୁ ଶୁଣି କୃଷିଜୀବୀ ମାନବ ଆମ୍ବହରା ହୋଇପଡ଼େ । ସମ୍ମୁଖରେ ତା’ର ନାଚିଯାଏ ନବୀନ ସୃଷ୍ଟିର ଏକ କମନୀୟ ରୂପ । ସେ ହଳଲଙ୍ଗଳ ଧରି ବାହାରିଯାଏ କୃଷିକ୍ଷେତ୍ରକୁ । ମୃଭିକାର ବକ୍ଷଚିରି ସେ ଶୁଭ ମୁହୁର୍ଭରେ ବୀଜବପନ କରେ । ସ୍ରଷ୍ଟାର ଅସୀମ ଇଙ୍ଗିତ ଲାଭ କରି ବୀଜ ଅଙ୍କୁରିତ ହୁଏ । କିଛିଦିନ ପରେ ଦିଗନ୍ତବିସ୍ତାରୀ କେଦାର ମଧ୍ୟରେ ଅପୂର୍ବ ଶ୍ୟାମଳିମା ଆଚ୍ଛାଦିତ ହୋଇଯାଏ । ତାହାରି ଉପରେ ମୃଦୁ ବାୟୁ ତରଙ୍ଗ ଖେଳାଇ ବହିଗଲା ବେଳେ କୃଷିକାରୀ ମାନବର ପ୍ରାଣ ଅସୀମ ଆନନ୍ଦରେ ପରିପୂର୍ଣ୍ଣ ହୋଇଉଠେ ।

ଗ୍ରାମ ସୀମାରେ ନିଦାଘପୀଡ଼ିତା କ୍ଷୀଣତୋୟା ତଟିନୀ ପ୍ରାବୃଟର ଆଗମନରେ ପରିପୂର୍ଣ୍ଣା ହୋଇଉଠେ । ଅଙ୍ଗରେ ତାହାର ଜାଗିଉଠେ ପ୍ରମର ଯୌବନ । ଜୀବନର ନୂତନ ଉନ୍ମାଦନାରେ ସେ କୂଳଲଘନ କରି ଚାଲିଯାଏ । ବେଳେବେଳେ ଅତ୍ୟଧୁକ ବାରିପାତ ଫଳରେ ବନ୍ୟା ଆସି ମହାପ୍ରଳୟ ସୃଷ୍ଟି କରେ ।

ନଦୀ ଭଳି ପୁଷ୍କରିଣୀ ମଧ୍ୟ ହୁଏ ପୂର୍ବତୋୟା । ବକ୍ଷରେ ତା’ର ମୀନ, ମରାଳ ଇତ୍ୟାଦି ଜଳଚର ଜୀବମାନେ ପ୍ରାଣର ଅସୀମ ଆନନ୍ଦ ଓ ତୃପ୍ତି ଘେନି ସନ୍ତରଣ କରନ୍ତି । ପଲ୍ଲୀର ସେହି ଶ୍ୟାମଳ ପରିବେଶ ମଧ୍ୟରେ କିଆ, କେତକୀ, କଦମ୍ବ, ହେନା, ମାଳତୀ ଓ ବଧୂଲି ଇତ୍ୟାଦି ପୁଷ୍ପ ପ୍ରସ୍ତୁଟିତ ହୁଅନ୍ତି । ଆମୋଦମତ୍ତ ଶୀତଳ ମନ୍ଦବାୟୁ ଧୀରେ ଧୀରେ ପ୍ରବାହିତ ହୋଇ ପ୍ରାଣରେ ଅସୀମ ଶାନ୍ତି ସଞ୍ଚାର କରେ । ଝିଲ୍ଲୀ, ଦହଁର ଏବଂ ଡାହୁକର ଡାକ ସହିତ ବକ୍ରର ଗର୍ଜନ ଓ ବିଦ୍ୟୁତ୍ର ସ୍ଫୁରଣ ମେଘାକ୍ରାନ୍ତ ସାନ୍ଧ୍ୟା ପରିବେଶକୁ ଭୀତପ୍ରଦ କରେ ।

ପଲ୍ଲୀ ଉପାନ୍ତରେ ଶ୍ୟାମଳ ତୃଣଶଯ୍ୟ ଉପରେ ରକ୍ତବର୍ଣ୍ଣର ସାଧବବୋହୁ କୀଟମାନଙ୍କର ଏକତ୍ର ସମେଳନର ଦୃଶ୍ୟ ଅତୀବ ମନୋହର । ଶିଶୁମାନେ କ୍ଷୀଣ ଜଳସ୍ରୋତରେ କାଗଜ ନାଆ ଭସାଇ ଅଫୁରନ୍ତ ଆନନ୍ଦ ଲାଭ କରନ୍ତି । କେତେବେଳେ ସେମାନେ ବର୍ଷାରେ ଭିଜିଭିଜି ନୃତ୍ୟ କରନ୍ତି, ପୁଣି କେତେବେଳେ କୁଆପଥର ସଂଗ୍ରହ କରି ତାକୁ ଖାଇ ବେଶ କୌତୁ ଅନୁଭବ କରନ୍ତି । କ୍ଷୁଦ୍ର କ୍ଷୁଦ୍ର ଶିଶୁମାନଙ୍କର ଦରୋଟି ତୁଣ୍ଡରେ “ମେଘ ବରଷିଲା ଟପର ଟପର କେଶର ମାଇଲା ଗଜା, କେଉଁ ରାଇଜରେ ରହିଲେ ମୋ ରାଜା, ତେଲିଙ୍ଗି ବାଇଦ ବଜା” ଇତ୍ୟାଦି ସଙ୍ଗୀତ ବେଶ ପ୍ରୀତିପଦ ବୋଧହୁଏ । ବର୍ଷାଋତୁରେ ଛତ୍ର ଆକୃତିର ଶ୍ୱେତବର୍ଣ୍ଣର ଛତୁଗୁଡ଼ିକ ଫୁଟି ବେଶ୍ ସୁନ୍ଦର ଦିଶେ । କବି ଜଗନ୍ନାଥ ଦାସ ଭାଗବତରେ ଲେଖିଛନ୍ତି -

“ଛତୁ ଯେ ଛତ୍ର ପ୍ରାୟ ହୋଇ

ରାଜାର ପ୍ରାୟ ଦିଶେ ମହୀ ।”

ସେହିଭଳି କବି ଦୀନକୃଷ୍ଣ ଦାସ ଲେଖୁଛନ୍ତି

“କମନୀୟ ଦିଶେ ଶିଳୀନ୍ଦ୍ର ପତି

କାମଦେବ ଶ୍ଵେତ ଛତ୍ର ଆକୃତି ।”

ଅର୍ଥାତ୍ ଶିଳୀନ୍ଧ୍ର ବା ଛତୁ ଫୁଟି କାମଦେବଙ୍କର ଶ୍ୱେତଛତ୍ର ଭଳି ପ୍ରତୀୟମାନ ହୁଅନ୍ତି । କ୍ରମାଗତ ବର୍ଷା ଫଳରେ ଗ୍ରାମପଥ କର୍ଦ୍ଦମାକ୍ତ ହୋଇ ଯାତାୟାତରେ ବିଘ୍ନ ସୃଷ୍ଟି କରେ । କୌଣସି ପଥିକର ଗୋଡ଼ ଖସି ପଡ଼ିଗଲେ ତାହା ଦର୍ଶକମାନଙ୍କ ପାଇଁ ବେଶ୍ କୌତୁକ ସୃଷ୍ଟି କରେ । ଝଡ଼ିବର୍ଷା ଯୋଗେ ଦିନ ଦିନ ଧରି ସୂର୍ଯ୍ୟ-ଚନ୍ଦ୍ର ଦୃଷ୍ଟିଗୋଚର ହୁଅନ୍ତି ନାହିଁ । ଏହି କାଳରେ ଦରିଦ୍ର ଲୋକମାନେ ବିଶେଷ କଷ୍ଟଭୋଗ କରନ୍ତି । ରାତ୍ରି କାଳରେ ଆକାଶରେ ଚନ୍ଦ୍ରମଣ୍ଡଳର ଶୋ ବେଶ୍ ରମଣୀୟ ମନେହୁଏ । ବର୍ଷାଦିନେ ସଂଖ୍ୟା ଝଡ଼ିପୋକଙ୍କର ଉଡ଼ିବା ଦୃଶ୍ୟ ବେଶ୍ କୌତୁକ ସୃଷ୍ଟିକରେ ।

ଲଗାଣ ବର୍ଷା ଫଳରେ ନିମ୍ନଭୂମିମାନ ଜଳପୂର୍ଣ୍ଣ ହୋଇଯାଏ । ବାଡ଼ିବଗିଚାରେ ଜହ୍ନି, କାକୁଡ଼ି, ଭେଣ୍ଡି, ମକା, ଝୁଡ଼ଙ୍ଗ ଇତ୍ୟାଦି ନାନାଦି ପ୍ରକାର ଫଳ ଓ ପନିପରିବା ପୂର୍ଣ୍ଣ ହୋଇଯାଏ । ହରିଦ୍ରାବର ଜହ୍ନିଫୁଲ ଓ କାକୁଡ଼ିଫୁଲରେ ସୁବର୍ଣ୍ଣର କାନ୍ତି ଝଟକି ଉଠେ । ଏହି ଦୁଇଟି ଫୁଲକୁ ଲକ୍ଷ୍ୟକରି କେଉଁ ପୁରାତନ କାଳରୁ ଗ୍ରାମ୍ୟ ଶିଶୁମାନେ ଐକତାନିକ ସ୍ଵରରେ ଗାଇ ଆସୁଛନ୍ତି, “ ଜହ୍ନିଫୁଲ ଠା, କାକୁଡ଼ିଫୁଲ ଠୋ-ଠା, ଚୁଟିଆ ମୂଷା କହିଯାଇଛି ଚାଉଳ ମୁଠିଏ ରଖୁଥା।”

ବର୍ଷାଋତୁରେ ରନ୍ଧନଶାଳାରୁ ନିର୍ଗତ ଧୂମରାଶି ଗୃହର ଛାତ ଉପରେ ଧୀରେ ଧୀରେ ପ୍ରଦକ୍ଷିଣ କରି କ୍ରମେ କୁଣ୍ଡଳାକୃତିରେ ମେଘାଚ୍ଛାଦିତ ଆକାଶରେ ମିଳାଇ ଯିବାର ଦୃଶ୍ୟ ଉପଭୋଗ୍ୟ ଅଟେ । ରାତ୍ରିକାଳରେ ବୃକ୍ଷଲତାକୁ ଆଶ୍ରୟକରି ସେଠାରେ ସମବେତ ହୋଇଥିବା ସହସ୍ର ସହସ୍ର ଖଦ୍ୟୋତ ବା ଜୁଳୁଜୁଳା ପୋକଙ୍କର ସମାରୋହ ଚନ୍ଦ୍ରହୀନ ଅନ୍ଧକାର ରାତିରେ ଶତ ତାରକିତ ଆକାଶର ଶୋଭା ପ୍ରକାଶ କରେ । ଆକାଶର ଦୃଶ୍ୟ : । ବର୍ଷାଋତୁର ଆଗମନରେ ସମଗ୍ର ପ୍ରକୃତି ରାଜ୍ୟରେ ଏକ ଅପୂର୍ବ ପରିବର୍ତ୍ତନ ସଂଘଟିତ ହୁଏ । ଜଳ, ସ୍ଥଳ ଓ ନଦୀ ନାଳଠାରୁ ଆରମ୍ଭ କରି ଗିରି, ବନ, କାନନ, କେଦାର ପର୍ଯ୍ୟନ୍ତ ସର୍ବତ୍ର ଏକ ନବଜୀବନର ଜୁଆର ସଞ୍ଚାରିତ ହୁଏ । ଆକାଶରେ ଘନ ମେଘମାଳାର ସମାରୋହ, ତା’ଦେହରେ ମଧେ ମଧେ ବିଦ୍ୟୁତ୍ରର ସ୍କୁରଣ, ପୁଣି ସପ୍ତରଙ୍ଗର ସମନ୍ବିତ ଇନ୍ଦ୍ରଧନୁର ରୂପଛଟା କବି କଳ୍ପନାର ଉଜ୍ଜୀବିତ କରେ । ମନେହୁଏ, ସତେ ଯେପରି ତାହା ସ୍ଵର୍ଗ-ମଦ୍ୱର ସଂଯୋଗକାରୀ ଏକ ସୁବର୍ଣ ସେତୁ । ଅପର ପକ୍ଷରେ କୃଷ୍ଣ ମେଘମାଳା ବକ୍ଷରେ ଉଡ଼ୀୟମାନ ଧବଳ ବକପୁଞ୍ଜର କମନୀୟ କାନ୍ତି ସାଗର ବକ୍ଷସୁ ଦୂରଦେଶାଗତ ବୋଇତ ସମୂହ ଭଳି ପ୍ରତୀୟମାନ ହୁଏ । ଆକାଶ ବକ୍ଷରେ ଭାସମାନ ମେଘଖଣ୍ଡମାନ ବାୟୁତାଡ଼ିତ ହୋଇ ଗ୍ରାମ ସୀମାସ୍ଥ ସୁଉଚ୍ଚ ଗିରି ଶୀର୍ଷରେ ଯାଇ ଠୁଳ ହେବାର ଦୃଶ୍ୟ କବି କଳ୍ପନାରେ । ଉନ୍ମତ୍ତ ହସ୍ତୀର କ୍ରୀଡ଼ା ଭଳି ପ୍ରତୀୟମାନ ହୁଏ । ଆଦ୍ୟ ଆଷାଢ଼ରେ ରାମଗିରି ଶୃଙ୍ଗର ଏଇଭଳି ଏକ ଅପୂର୍ବ ଶୋଭାକୁ ଲେଖନୀ ମୁନରେ ଫୁଟାଇବାକୁ ଯାଇ ଅମର କବି କାଳିଦାସ ମେଘଦୂତ କାବ୍ୟରେ ଲେଖୁଥିଲେ

“ଆଷାଢ଼ସ୍ୟ ପ୍ରଥମ ଦିବସେ ମେଘମାର୍ଶିଷ୍ଟ ସାନ୍ତୁ

ବପ୍ରକ୍ରୀଡ଼ା ପରିଣତଗଜ ପ୍ରେକ୍ଷଣୀୟ ଦଦର୍ଶ ।”

ଆମୋଦ ଉତ୍ସବ :

କର୍ମମୁଖର ପଲ୍ଲୀଜୀବନକୁ ସରସ ଓ ପ୍ରୀତିପ୍ରଦ କରିବା ନିମନ୍ତେ ବହୁ ପ୍ରାଚୀନ କାଳରୁ । ବର୍ଷର ବିଭିନ୍ନ ଋତୁରେ ନାନାପ୍ରକାର ପର୍ବପର୍ବାଣି ଓ ଉତ୍ସବ ମହୋତ୍ସବ ଇତ୍ୟାଦି ସୃଷ୍ଟି କରାଯାଇଛି । ସେଥିମଧ୍ୟରୁ ବର୍ଷାରତୁରେ ପର୍ବପର୍ବାଣିର ସଂଖ୍ୟା ସର୍ବାଧକ । ରଜୋତ୍ସବ, ରଥଯାତ୍ରା, ଝୁଲଣ ପୂର୍ଣ୍ଣିମା, ଚିତାଲାଗି ଅମାବାସ୍ୟା, ଖୁଦୁରୁକୁଣୀ ଇତ୍ୟାଦି ହେଉଛି ଏହି ଋତୁର ପ୍ରଧାନ ପର୍ବ। ଜ୍ୟେଷ୍ଠମାସର ଶେଷ ଦିବସ ଓ ଆଷାଢ଼ ମାସର ପ୍ରଥମ ଦୁଇଟି ଦିବସରେ ଓଡ଼ିଶାର ଉପକୂଳ ଅଞ୍ଚଳରେ ମହୋଲ୍ଲାସ ସହକାରେ ତିନିଦିନ ବ୍ୟାପୀ ରଜ୍ୟୋତ୍ସବ ପାଳନ କରାଯାଏ । ରଜ ପୋଡ଼ପିଠା ଓ ରଜଦୋଳି ଏହି ଉତ୍ସବର ପ୍ରଧାନ ଆକର୍ଷଣ । ପଲ୍ଲୀବାଳାମାନଙ୍କର ମଧୁର କଣ୍ଠରେ ରଜଦୋଳି ଗୀତ ଗ୍ରାମ୍ୟ ପରିବେଶକୁ ବେଶ୍ ମଧୁମୟ କରିଥାଏ । ପଶ୍ଚିମ ଓଡ଼ିଶାରେ ଏହି ମାସରେ ଆଡ଼ମ୍ବର ସହକାରେ ଶୀତଳଷଷ୍ଠୀ ପାଳନ କରାଯାଏ ।

ଆଷାଢ଼ ମାସରେ ରଥଯାତ୍ରା ହେଉଛି ହିନ୍ଦୁମାନଙ୍କର ଏକ ପ୍ରଧାନ ଉତ୍ସବ । ପୁରୀଠାରେ ସ୍ନାନ ପୂର୍ଣ୍ଣିମା, ଗୁଣ୍ଡିଚା ଯାତ୍ରା ଓ ବାହୁଡ଼ା ସହିତ ଝୁଲଣ ଯାତ୍ରା ଖୁବ ଆଡ଼ମ୍ବର ସହକାରେ ଅନୁଷ୍ଠିତ ହୁଏ । ଓଡ଼ିଶାର ପୁରପଲ୍ଲୀରେ ଝୁଲଣଯାତ୍ରା ବା ରାକ୍ଷୀପୂର୍ଣ୍ଣିମା ବିପୁଳ ଆନନ୍ଦ ଓ ଉତ୍ସାହର ସହିତ ପାଳନ କରାଯାଇଥାଏ । କୁମାରୀ କନ୍ୟାମାନଙ୍କ ଦ୍ଵାରା ପାଳିତ ହେଉଥିବା ଖୁଦୁରୁକୁଣୀ ଓଷା ବର୍ଷାଦିନର ଏକ ସାର୍ବଜନୀନ ବ୍ରତ ଅଟେ । ପଲ୍ଲୀ ପରିବେଶକୁ ଏହା ବେଶ୍ ମଧୁମୟ କରିଥାଏ ।

ଶେଷକଥା : ଜୀବଜଗତର ଅଶେଷ କଲ୍ୟାଣ ସାଧନ କରି କ୍ରମେ ବର୍ଷାଋତୁ ପୃଥିବୀରୁ ବିଦାୟ ନିଏ । ବର୍ଷଣମୁଖର ସନ୍ଧାର ଘନୀଭୂତ ଅନ୍ଧକାର କ୍ରମେ ଦୂରେଇଯାଏ । ଆକାଶ ହୁଏ ନୀଳ ଓ ନିର୍ମଳ । ପଲ୍ଲୀ ଉପାନ୍ତରେ ନଦୀପଠାସ୍ଥିତ କାଶବନରେ ଶରତର ଶୁଭାଗମନ ସୂଚିତ ହୁଏ । ଶେଫାଳି ଫୁଲର ଆଞ୍ଜୁଳି ଧରି ପଲ୍ଲୀରାଣୀ ଶରତର ଶୁଭାଗମନ ପାଇଁ ପ୍ରତୀକ୍ଷା କରି ରହେ ।



SHARE THIS

Author:

I am writing to express my concern over the Hindi Language. I have iven my views and thoughts about Hindi Language. Hindivyakran.com contains a large number of hindi litracy articles.

0 comments: