Essay on Mineral Resources of Odisha in Odia Language : In this article " ଓଡ଼ିଶାର ଖଣିଜ ସମ୍ପଦ ରଚନା ", " Odisha Khanija Sambal ...
Essay on Mineral Resources of Odisha in Odia Language: In this article "ଓଡ଼ିଶାର ଖଣିଜ ସମ୍ପଦ ରଚନା", "Odisha Khanija Sambal in Odia language for students of class 5, 6, 7, 8, 9, and 10.
Odia Essay on "Mineral Resources of Odisha", "ଓଡ଼ିଶାର ଖଣିଜ ସମ୍ପଦ ରଚନା" for Students
ଉପକ୍ରମ : ସ୍ଵର୍ଣପ୍ରସୂ ଉତ୍କଳଭୂମିର ମହିମା ଗାନ କରିବାକୁ ଯାଇ କବି ଲକ୍ଷ୍ମୀକାନ୍ତ ମହାପାତ୍ର ଲେଖୁଥିଲେ
ସୌନ୍ଦର୍ଯ୍ୟର, ମାଧୁର୍ଯ୍ୟର, ଐଶ୍ଵର୍ଯ୍ୟର ଖଣି
ଶୌର୍ଯ୍ୟମୟୀ ମା’ ମୋର ଉତ୍କଳ ଜନନୀ ।”
ଅର୍ଥାତ୍ ଉତ୍କଳଭୂମି କେବଳ ପ୍ରାକୃତିକ ରୂପ ସୁଷମାରେ ଯେ ମହିମାମୟୀ ତାହା ନୁହେଁ, ବକ୍ଷ ମଧ୍ୟରେ ବିପୁଳ ରନ୍ ସମ୍ଭାର ଧାରଣ କରି ସେ ଐଶ୍ୱର୍ଯ୍ୟଶାଳିନୀ ମଧ୍ୟ । ଅତୀତର ସେ ବିଭବ, ସେ ପ୍ରାଚୁର୍ଯ୍ୟ ଆଜି ନିଃଶେଷ ହୋଇଯାଇଛି ସତ; କିନ୍ତୁ ଭୂସତ ବିପୁଳ ଖଣିଜ ସମ୍ପଦ କଥା ଚିନ୍ତାକଲେ ମନେହୁଏ, ବିଭବଶାଳୀ ଅତୀତ ଉତ୍କଳର ସମସ୍ତ ବିଭବ ସତେ ଯେପରି ଏଯୁଗରେ ମୃତ୍ତିକା ମଧ୍ୟରେ ଆତ୍ମଗୋପନ କରି ରହିଛି । ସମଗ୍ର ଭାରତବର୍ଷ ମଧ୍ୟରେ ଖଣିଜ ସମ୍ପଦ ପାଇଁ ଓଡ଼ିଶାର ସ୍ଥାନ ଅଗ୍ରଗଣ୍ୟ । ଏହି ରାଜ୍ୟରେ ଲୌହ, ମାଙ୍ଗାନିଜ, କୋଇଲା,କ୍ରୋମାଇଟ୍, ଗ୍ରାଫାଇଟ୍, ଲାଇମ ଷ୍ଟୋନ ବା ଚୁନପଥର, ଆଜବେଷ୍ଟସ, ଫାୟାରକ୍ରେ (Fire Clay) ଚୀନା ମାଟି, ଅଭୁ ଓ ନିକେଲ ଇତ୍ୟାଦି ପର୍ଯ୍ୟାପ୍ତ ପରିମାଣରେ ପୂରି ରହିଛି । ଏଗୁଡ଼ିକର ସୁବିନିଯୋଗ କରାଯାଇପାରିଲେ, ଦରିଦ୍ର ଉତ୍କଳର ଭାଗ୍ୟ ପରିବର୍ଭନ ହୋଇପାରିବ ।
ଖଣିଜର ପରିଚୟ :
୧. ଲୌହପଥର : ଓଡ଼ିଶାର ସୁନ୍ଦରଗଡ଼ର ବଣେଇ, କେନ୍ଦୁଝର, ମୟୂରଭଞ୍ଜ, ସମ୍ବଲପୁର ଏବଂ କଟକ ଜିଲ୍ଲାର ଟମକା ଓ ଦଇତାରିଠାରେ ପ୍ରଚୁର ପରିମାଣରେ ଲୌହପିଣ୍ଡ ଗଚ୍ଛିତ ଥିବା ଅନୁସନ୍ଧାନରୁ ଜଣାଯାଇଛି । କେବଳ ବଣାଇ ସବଡ଼ିଭିଜନରେ ଏକ ହଜାର କୋଟି ଟନ ଉତ୍କୃଷ୍ଟ ଧରଣର ଲୌହପିଣ୍ଡ ଅଛି । ଏଥିରେ ଶତକଡ଼ା ୬୦ ଭାଗ ପର୍ଯ୍ୟନ୍ତ ଲୌହ ମିଶ୍ରିତ ଅବସ୍ଥାରେ ଥିବାର ବିଶେଷଜ୍ଞମାନେ ମତ ଦିଅନ୍ତି । କଟକ ଜିଲ୍ଲାର ଟମକା,ଦଇତାରିଖଣି ଅଞ୍ଚଳରେ ୩୦ କୋଟି ଟନ ହେମେଟାଇଟ୍ ଜାତୀୟ ପଥରର ଯେଉଁ ସନ୍ଧାନ ମିଳିଛି, ତାହାହିଁ ହୋଇଛି ପାରାଦୀପ ବନ୍ଦର ବିକାଶର ମୂଳଭିରି ।
୨. ମାଙ୍ଗାନିଜ : ଆନ୍ତର୍ଜାତୀୟ କ୍ଷେତ୍ରରେ ସୋଭିଏତ ରୁଷର ସ୍ନାନ ପରେ ଉଚ୍ଚକୋଟିର ମାଙ୍ଗାନିଜ ଧାତୁ ନିମନ୍ତେ ଭାରତବର୍ଷର ସ୍ଥାନ ସର୍ବୋଚ୍ଚ । ପ୍ରତିବର୍ଷ ଏଠାରୁ ପ୍ରାୟ ୨ କୋଟି ଟନ ମାଙ୍ଗାନିଜ ଧାତୁ ଉତ୍ତୋଳନ କରାଯାଏ ଏବଂ ଏହାର ଦୁଇ-ତୃତୀୟାଂଶ କେବଳ ଓଡ଼ିଶା ରାଜ୍ୟରୁ ହିଁ ମିଳିଥାଏ । ସୁତରାଂ କେବଳ ସର୍ବଭାରତୀୟ କ୍ଷେତ୍ରରେ କାହିଁକି ଆନ୍ତର୍ଜାତୀୟ କ୍ଷେତ୍ରରେ ମଧ୍ୟ ମାଙ୍ଗାନିଜ ଧାତୁ ନିମନ୍ତେ ଓଡ଼ିଶା ରାଜ୍ୟର ପ୍ରାଧାନ୍ୟ ସର୍ବସ୍ଵୀକୃତ । କେଉଁଝର, ସୁନ୍ଦରଗଡ଼, କୋରାପୁଟ, କଳାହାଣ୍ଡି ଏବଂ ବଲାଙ୍ଗୀର ଜିଲ୍ଲାରେ ପ୍ରଚୁର ପରିମାଣରେ ମାଙ୍ଗାନିଜ ପୂରି ରହିଛି । ଟାଟା ଲୌହ କମ୍ପାନୀଙ୍କ ଆନୁକୂଲ୍ୟରେ ଯୋଡ଼ାଠାରେ ଏକ ଫେରୋମାଙ୍ଗାନିଜ କାରଖାନା ସ୍ଥାପନ କରାଯାଇଛି ।
୩. କୋଇଲା : ୧୮୮୭ ମସିହାରୁ ଓଡ଼ିଶାର ଭୁ-ନିମ୍ନରେ କୋଇଲାର ସନ୍ଧାନ ମିଳିଥିଲେ ସୁଦ୍ଧା ୧୯୦୮ ମସିହା ବେଳକୁ ସମ୍ବଲପୁରଠାରେ ଏବଂ ୧୯୨୧ ମସିହାରେ ତାଳଚେରଠାରେ ଆଧୁନିକ ପଦ୍ଧତିରେ ଏହାର ଖନନ କାର୍ଯ୍ୟ କରାଯାଇଥିଲା । ଓଡ଼ିଶାରେ ୮୦ କୋଟି ଟନ କୋଇଲା ଭୂ-ବକ୍ଷରେ ସଞ୍ଚିତ ଥିବାର କୁହାଯାଉଥିଲେ ମଧ୍ୟ ତାଳଚେରଠାରେ ପ୍ରାୟ ୧୫୦ କୋଟି ଟନ୍ ଏବଂ ସମ୍ବଲପୁର ଜିଲ୍ଲାର ରାମପୁର ଅଞ୍ଚଳର ଅନ୍ତର୍ଭରେ ୬୦୦ ଫୁଟ ଗଭୀର ପର୍ଯ୍ୟନ୍ତ ପ୍ରାୟ ୧୦୦କୋଟି ଟନ୍ କୋରଲା ଥିବାର ସମ୍ଭାବନା ।
୪. କ୍ରୋମାଇଟ୍ : ଭାରତବର୍ଷରେ ଓଡ଼ିଶା ସମେତ ମୁମ୍ବାଇ,ଚେନ୍ନାଇ, ଆନ୍ଧ୍ର, ମହୀଶୂର ଏବଂ ବିହାର ରାଜ୍ୟରେ କ୍ରୋମାଇଟ୍ ଧାତୁର ସନ୍ଧାନ ମିଳିଛି । ଓଡ଼ିଶାରେ କେନ୍ଦୁଝରର ନୂଆସାହି, କଟକର । ସୁକିନ୍ଦା ଅଞ୍ଚଳ ଏବଂ ଢେଙ୍କାନାଳରେ ମୋଟ ପ୍ରାୟ ୫, ୨୦,୦୦୦ ଟନ୍ ଫୁଟ କ୍ରୋମାଇଟ୍ ସତ ଥିବାର ଅନୁମାନ କରାଯାଏ ।
୫. ବୃନପଥର : ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାର ବୀରମିତ୍ରପୁର, ରାଜଗାଙ୍ଗପୁର, ସମ୍ବଲପୁର ଏବଂ କୋରାପୁଟ ଜିଲ୍ଲାରେ ଆନୁମାନିକ ମୋଟ ୩୦ କୋଟି ଟନ୍ ଚୁନପଥର ସତ ଥିବାର ଅନୁସନ୍ଧାନରୁ ଜଣାଯାଇଛି । ସମ୍ବଲପୁରର ଡୁଙ୍ଗୁରୀଠାରେ ଥିବା ପ୍ରଚୁର ଚୁନପଥର ଅପେକ୍ଷାକୃତ ନିକୃଷ୍ଟ ଧରଣର ଏବଂ ଏହା କେବଳ ସିମେଣ୍ଟ ତିଆରି ପାଇଁ ଉପଯୋଗୀ; କିନ୍ତୁ କୋରାପୁଟ ଜିଲ୍ଲାରୁ ଉତ୍ତୋଳିତ ଚୁନ ପଥରରେ ଶତକଡା ୯୬ ଭାଗ କାଲସିୟମ୍ କାର୍ବୋନେଟ୍ ଥିବାର ପରୀକ୍ଷିତ ହୋଇଛି । ୬. ଗ୍ରାଫାଇଟ୍ : । ଏହି ଧାତୁଟି ଅଧୁକ ତାପ ସହନଶୀଳ ରୂପେ ପରିଚିତ ଏବଂ ପେନ୍ସିଲର ସୀସା ରୂପେ ବ୍ୟବହୃତ ହୁଏ । ଓଡ଼ିଶାର ବଲାଙ୍ଗୀର, ସମ୍ବଲପୁର ଏବଂ କୋରାପୁଟ ଜିଲ୍ଲାରେ ଗ୍ରାଫାଇଟ୍ ଥିବାର ଜଣାଯାଏ ।
୭. ଫାୟାର (Fire Clay) : ରିପ୍ରୋଟରୀ (Refractories)ମାନଙ୍କ ନିମନ୍ତେ ଅତ୍ୟାବଶ୍ୟକ ଫାୟାର ସ୍କୋ ପ୍ରଧାନତଃ ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ କେନ୍ଦ୍ରୀଭୂତ । ଢେଙ୍କାନାଳ ଏବଂ ପୁରୀଜିଲ୍ଲାର ଚନ୍ଦକା ଅଞ୍ଚଳରେ ସାମାନ୍ୟ ପରିମାଣରେ ଏହି ମୃତ୍ତିକା ସଞ୍ଚିତ ଥିବାର ଅନୁସନ୍ଧାନକାରୀ ଦଳ ମତ ଦିଅନ୍ତି । ସମ୍ବଲପୁର ଜିଲ୍ଲାରୁ ପ୍ରାପ୍ତ ଉକ୍ତ ମୃତ୍ତିକାରେ ଶତକଡା ୫୦.୩୪ ଭାଗ ସିଲିକନ୍ ଡାଇଅକ୍ସାଇଡ଼ (Silicon Dioxide)ଏବଂ ୩୪.୩୦ ଭାଗ ଆଲୁମିନିୟମ୍ ଅସାଇଡ୍ (Aluminium Oxide)ଏବଂ ଏକ ଭାଗ ମାତ୍ର ଲୌହ ଅସାଇଡ୍ (Iron Oxide) ଥିବା ଗବେଷଣାରୁ ଜଣାଯାଇଛି ।
ଏତଦ୍ବ୍ୟତୀତ ଓଡ଼ିଶାରେ ବକ୍ସାଇଡ୍, ସୁନା, ଅଭ୍ର ଓ ସୀସା ଇତ୍ୟାଦି ନାନାବିଧ ଖଣିଜ ଧାତୁ ବ୍ୟୁନାଧୁକ ଭରି ରହିଛି । ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ପୂରି ରହିଥିବା ଖଣିଜ ସମ୍ପଦର ଅନୁସନ୍ଧାନ ଲାଗି ୧୯୭୨-୭୩ ବର୍ଷ ମଧ୍ୟରେ ଭାରତୀୟ ଭୂ-ତତ୍ତ୍ବ ସର୍ଭେ ଅନୁଷ୍ଠାନ ପକ୍ଷରୁ ଉଦ୍ୟମ କରାଯାଇଥିଲା । ସୁନ୍ଦରଗଡ଼ ଜିଲ୍ଲାର ସର୍ଗିପାଲିଠାରେ ସୀସା, ଦସ୍ତା ଓ ତମ୍ବା, କେଶରପୁରଠାରେ ତମ୍ବା, କୋରାପୁଟ ଜିଲ୍ଲାର ପଟାଙ୍ଗିଠାରେ ବସାଇଟ୍ ଇତ୍ୟାଦିର ସନ୍ଧାନ ପାଇ ଉକ୍ତ ସଂସ୍ଥା ଭୂ-ଖୋଦନ କରିଥିଲେ ।
ଖଣିଜ ଶିଳ୍ପର ବିକାଶ : ସୁନ୍ଦରଗଡ଼ ଜିଲ୍ଲାର ବଣେଇ-କେନ୍ଦୁଝର ଅଞ୍ଚଳରେ ମାଙ୍ଗାନିଜ ପଥର ଖୋଳି ଓ ନମୁନା ସଂଗ୍ରହ କରି ତା’ର ପ୍ରାଥମିକ ମୂଲ୍ୟ ଧାର୍ଯ୍ୟ କରିବାର ଉଦ୍ୟମ ମଧ୍ୟ କରାଯାଇଥିଲା । କଟକ ଜିଲ୍ଲାର ସୁକିନ୍ଦା ଅଞ୍ଚଳରେ ନିକେଲର ସନ୍ଧାନ ମିଳିଛି । ସାରୁଆବିଲ ଅଞ୍ଚଳରେ ଆନୁମାନିକ ଦେଢ଼ କୋଟି ଟନ୍ ପର୍ଯ୍ୟନ୍ତ ନିକେଲ ପଥର ପୂରି ରହିଥିବାର ଅଟକଳ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ଅଞ୍ଚଳରୁ ନିକେଲ ପଥରର ନମୁନା ସଂଗ୍ରହ କରାଯିବା ପରେ ବର୍ତ୍ତମାନ ସେଠାରେ ଖୋଦନ କାର୍ଯ୍ୟ ଆରମ୍ଭ ହୋଇଛି । ଆହୁରି ମଧ୍ୟ କୋରାପୁଟ ଜିଲ୍ଲାରେ ସୁନା ଓ ଗଞ୍ଜାମ ଜିଲ୍ଲାର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚରେ ଏଲିମିନାଇଟ୍ ଧାତୁର ସନ୍ଧାନ ମିଳିଛି । ଭୁ-ପୃଷ୍ଠସ୍ଥ ଉର୍ବର ଶସ୍ୟଶାଳୀ ମୃଭିକାରୁ ଉତ୍ପାଦିତ ପ୍ରଚୁର କୃଷି ସମ୍ପଦ ସହିତ ଅନ୍ତର୍ଭାଗସ୍ଥ ଯୁଗ ଯୁଗ ବ୍ୟାପୀ ଗୁପ୍ତ ଖଣିଜ-ରର ସମନ୍ବିତ ପ୍ରଚେଷ୍ଟା ଦିନେ ଉତ୍କଳର ଭାଗ୍ୟ ପରିବର୍ତ୍ତନ କରିବ ବୋଲି ଆଶା କରାଯାଏ ।
ପ୍ରତିବନ୍ଧକ : ନାନାବିଧ ଖଣିଜ ସମ୍ପଦର ପ୍ରାଚୁର୍ଯ୍ୟ ସଭ୍ ଅର୍ଥନୈତିକ ଦୃଷ୍ଟିକୋଣରୁ ଓଡ଼ିଶା ଏକ ନିତାନ୍ତ ଅନଗ୍ରସର ରାଜ୍ୟ । ବନ୍ଦିନୀ ଧାତୁମାନଙ୍କର ଆବଦ୍ଧ ଦ୍ଵାରକୁ ଉନ୍ନକ୍ତ କରି ଓଡ଼ିଶାରେ ସମୃଦ୍ଧିର ପଥ ନିର୍ମାଣ କରିବା ଦିଗରେ ଯେଉଁ କେତୋଟି ପ୍ରତିବନ୍ଧକ ଅଛି, ସେଗୁଡ଼ିକ ମଧ୍ୟରେ ୧. ଆର୍ଥିକ ସ୍ବଚ୍ଛଳତାର ଅଭାବ ପ୍ରଥମ ଉଲ୍ଲେଖଯୋଗ୍ୟ । ୨. ଓଡ଼ିଶାରେ ଯାତାୟାତ ଓ ପରିବହନ ସଂସ୍ଥାର ଦାରିଦ୍ର୍ୟ, ୩. ପ୍ରଚୁର ବର୍ଷା ହେତୁ ଖଣି ଅଞ୍ଚଳରେ ଅସ୍ବାସ୍ଥ୍ୟକର ପରିବେଶ, ୪. ଖଣିଜର ଉପଯୋଗ ନିମନ୍ତେ ଆବଶ୍ୟକ ଶିଳ୍ପପ୍ରତିଷ୍ଠାନର ଅଭାବ ଇତ୍ୟାଦି କେତୋଟି ପ୍ରମୁଖ କାରଣ ଯୋଗୁଁ ଓଡ଼ିଶାର ସମୃଦ୍ଧି ପଥ ଅବରୁଦ୍ଧ ହୋଇଛି ।
ସମସ୍ୟାର ସମାଧାନ : ଓଡ଼ିଶାର ଉଜ୍ବଳ ଭବିଷ୍ୟତକୁ ଦୃଷ୍ଟିରେ ରଖ୍ ଏହି ସମସ୍ୟାର ସମାଧାନ ନିମନ୍ତେ ରାଜ୍ୟ ଏବଂ କେନ୍ଦ୍ର ଉଭୟ ସ୍ତରରେ ସକ୍ରିୟତା ପ୍ରକାଶ ପାଇବା ଉଚିତ୍ । ଏଥିପାଇଁ ଖଣି ଅଞ୍ଚଳର ନିକଟବର୍ତ୍ତୀ ସ୍ଥାନରେ କେତୋଟି ଶିଛାଞ୍ଚଳ ଓ ଶିଳ୍ପ ଶିକ୍ଷାକେନ୍ଦ୍ର ସ୍ଥାପନ କରାଯିବା ଆବଶ୍ୟକ । ଓଡ଼ିଶା ହେଉଛି ଏକ କୃଷି ପ୍ରଧାନ ଦେଶ । ଏଠାରେ ସ୍ଥାୟୀ ଶିଳ୍ପଶ୍ରମିକ (Industrial labour) ଗୋଷ୍ଠୀର ଅଭାବ । କୃଷି ଶ୍ରମିକମାନେ କୃଷିକର୍ମରୁ ସାମୟିକ ବିରତି ନେଇ କିମ୍ବା ଅଧିକ ଉପାର୍ଜନର ଆଶାରେ ପ୍ରଲୋଭିତ ହୋଇ ଶିଳ୍ପାଞ୍ଚଳରେ ଆଶ୍ରୟ ନେଇଥା’ନ୍ତି; ତେଣୁ
ସେମାନେ କର୍ମଦକ୍ଷତା ଓ ଅଭିଜ୍ଞତା ହାସଲ କରିପାରନ୍ତି ନାହିଁ । ସୁତରାଂ ଶିଛାଞ୍ଚଳରେ କ୍ଷୁଦ୍ର କ୍ଷୁଦ୍ର ସହର ସୃଷ୍ଟି କରି ଶିକ୍ଷା, ସ୍ବାସ୍ଥ୍ୟ ଓ ଆମୋଦବିଧାନ ଇତ୍ୟାଦି ଶ୍ରମିକ କଲ୍ୟାଣକର କାର୍ଯ୍ୟକ୍ରମ ଦିଗରେ ଧ୍ୟାନ ଦିଆଯିବା ଉଚିତ୍ । ପରିବହନ ଦିଗରୁ ଦଣ୍ଡକାରଣ୍ୟ-କିରିବୁର, ସୁକିନ୍ଦା-ପାରାଦ୍ବୀପ, ବାଂଶପାଣି-ତାଳଚେର ରେଳରାସ୍ତାର ନିର୍ମାଣ ଶେଷ ହେଲେ ଖଣିଜ ପରିବହନ ଦିଗରେ ଉନ୍ନତି ସାଧିତ ହୋଇପାରିବ । ଏଥିସହିତ ବୈଷୟିକ ଶିକ୍ଷା, ବହିର୍ବାଣିଜ୍ୟର ପ୍ରସାର ଓ ବୈଜ୍ଞାନିକ ଗବେଷଣା ପ୍ରଭୃତି କେତୋଟି ବିଷୟ ଉପରେ ପ୍ରାଧାନ୍ୟ ଦିଆଯିବା ଉଚିତ୍ ।
ଶେଷକଥା : ଓଡ଼ିଶାରେ ଭୂସତ ବିପୁଳ ଐଶ୍ବର୍ଯ୍ୟକୁ ଚିନ୍ତାକରି କେବଳ କଳ୍ପନାରେ ବିଭୋର ହେଲେ କିଛି ଲାଭ ହେବ ନାହିଁ । ଏ ଦିଗରେ ପ୍ରାଦେଶିକ ସରକାରଙ୍କର ଯେଭଳି ନିଷ୍ଠାର ଅଭାବ, କେନ୍ଦ୍ର ସରକାରଙ୍କର ସେଇଭଳି ସହଯୋଗର ଅଭାବ ଅଛି । ଦୂରଦୃଷ୍ଟିର ସହିତ ଯୋଜନା ତିଆରି କରାଯାଉ ନାହିଁ କିମ୍ବା ଯାହା କିଛି ଲକ୍ଷ୍ୟ ଧାର୍ଯ୍ୟ କରାଯାଉଛି, ତାହା ଫଳବତୀ ହୋଇପାରୁ ନାହିଁ । ଜାପାନୀ ଭଳି ଚତୁର ଜାତି ଆମଠାରୁ ଲୁହାପଥର ନେଇ ଶିଛରେ ସମୃଦ୍ଧି ଲାଭ କରିବ, ଅଥଚ ଆମେ ଆମର କଞ୍ଚାମାଲତକ ବିକ୍ରି କରିଦେଇ ରିକ୍ତ ହସ୍ତରେ ଶୂନ୍ୟକୁ ଚାହିଁ ରହିବୁ, ଏହା ଏକ ବିଡ଼ମ୍ବନା ଅଟେ । ସଂପ୍ରତି କଳାହାଣ୍ଡି ଅଞ୍ଚଳରେ ମିଳୁଥିବା ରପଥରକୁ ଚୋରା ବ୍ୟବସାୟୀମାନେ କୌଶଳରେ ଅପହରଣ କରି ନେଇ ଓଡ଼ିଶା ବାହାରେ ବହୁ ମୂଲ୍ୟରେ ବିକ୍ରିକରି ଲାଭବାନ ହେଉଛନ୍ତି । ଅଥଚ ଆମ୍ଭେମାନେ ଯେତିକି ପ୍ରତିକ୍ରିୟା ପ୍ରକାଶ କରିବାର କଥା ସେତିକି କରୁ ନାହୁଁ । ଜାତୀୟ ଚରିତ୍ରର ଏହି ତ୍ରୁଟିଟି ସଂଶୋଧ ନ ହେବା ଯାଏ ସାରହୀନ ଭାବପ୍ରବଣତାକୁ ନେଇ ଜାତି ବଞ୍ଚି ରହିପାରିବ ନାହିଁ ।
COMMENTS